ଅବିନାଶୀ ସେ ବିଶ୍ବ ପୁରୁଷ
ଅବିନାଶୀ ସେ ବିଶ୍ବ ପୁରୁଷ
• ଅବିନାଶୀ ସେ ବିଶ୍ଵ ପୁରୁଷ
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ଅତଳ ଅନ୍ଧାର ଗହ୍ଵରେ ଆଲୋକ ର ବର୍ତ୍ତିକା
• ସକଳ ସୃଜନ ଯାହାର ସର୍ବେ ଯାର ପ୍ରତିକ୍ଷା-
• କରି ଯୁଗ ଯୁଗ ବିତଇ ତାରେ ନମିଳେ ଦେଖା
• ତଥାପି ଏ ମନ ଖୋଜଇ କାଳେ ମିଳିବ ଦେଖା ।।
•
• ବ୍ରହ୍ମାଣ୍ଡ ର ଏକମାତ୍ର ଯେ ମୂଳ ସେ ଆଦିମୂଳ
• ତହୁଁ ଉତପତି ହୋଇଛି ବ୍ରହ୍ମାଣ୍ଡ ମାଳ ମାଳ
• ସେହି ନାରୀ ସେହି ପୁରୁଷ ସେତ ଚଳ ଅଚଳ
• ସେହି ଦିବ୍ୟ ଧ୍ରୁବ ବିବୁଧ ଭୂମି ଭୁମା ମଣ୍ଡଳ ।।
•
• ସେତ ନିରାକାର ନିର୍ଲିପ୍ତ ଅଲେଖ ନିରଞ୍ଜନ
• ପ୍ରତି ଛତ୍ରେ ଛତ୍ରେ ଅଦୃଶ୍ୟ ରୂପେ ସେ ବିଦ୍ୟମାନ
• ସେହି ବିଦ୍ୟା ସେହି ଅବିଦ୍ୟା ସେତ ଜ୍ଞାନ ବିଜ୍ଞାନ
• ଅନ୍ଧ ଦେଖେ ମୁକ ବାଚାଳ ପଙ୍ଗୁ ଲଂଘେ ଦୁର୍ଗମ ।।
•
• ସୂର୍ଯ୍ୟ, ଚନ୍ଦ୍ର ଚକ୍ଷୁ ଅଟଇ ସେ ବିରାଟ ପୁରୁଷ
• ପବନ ପ୍ରବାହ ତାହାର ପରା ଅଟେ ନିଶ୍ଵାସ
• ରୂପେ ବିଶ୍ଵରୂପ ଅନନ୍ତ ଅନ୍ତ ନାହିଁ,, ବିନାଶ-
• ହୁଏନାହିଁ, ଅବିନାଶୀ ସେ ସେହି ବିଶ୍ଵ ପୁରୁଷ ।।
•
• କାଳିଘଡି ହେବ ସମୁଦ୍ର ବୃକ୍ଷଡାଳ କଲମ
• କାଗଜ ହୋଇବ ପୃଥିବୀ ଲେଖିଲେ ତାର ଗୁଣ
• ଅଣ୍ଟିବ ନାହିଁ ଏ କାଗଜ କାଳି ହୋଇବ ଶେଷ
• କହଇ ପ୍ରଫୁଲ୍ଲ ତଥାପି ଗୁଣ ନହେବ ଶେଷ ।।