STORYMIRROR

Alaka Dash

Others

3  

Alaka Dash

Others

ଅଭିପ୍ରାୟ

ଅଭିପ୍ରାୟ

1 min
227

ମୁଁ ଲୋଡି ନାହିଁ 

ଠିକଣା ମୋର 

ଅବା ପରିଚୟ, 

କେବେ ମାଗି ନାହିଁ 

ହୀରା, ମୋତି, ମାଣିକ 

ରାଜ ଥାଟ ପାଟ, 

ହେଲେ ବାଉଳି ମୁଁ, 

ଅଥୟା, ବିକଳା 

ତୁମ ସାଥେ ମାତ୍ର 

କ୍ଷଣଟିଏ, ମୁହୂର୍ତ୍ତଟିଏ 

ନିରୋଳାରେ 

ନିରବ ମୁହୂର୍ତ୍ତରେ, 

ମୋର ଦୁଃଖ, ସୁଖ 

ସବୁ ଅଜାଡ଼ି ଦେବି 

ନୟନ ଲୋତକରେ, 

ଦୃଶ୍ୟ ଅଦୃଶ୍ୟରେ ମୁଁ 

ଲଟେଇ ଯିବି 

ତୁମରି ପ୍ରତିମା ଦେହରେ 

ପାଲଟି ଯିବି ସ୍ଥାଣୁଟିଏ.. 

ଅସରନ୍ତି କୋହ ଲହରୀ 

ଖେଳୁ ଥିବ ଉତ୍ତାଳ 

ସମୁଦ୍ର ବକ୍ଷରେ 

ତୁମେ ମାନ କି ନ ମାନ, 

ଶୁଣ କି ନ ଶୁଣ, 

ମୋଠୁ ତୁମ ଯାଏ 

ଯାଏ ରାସ୍ତାଟା 

କ୍ଷଣ କରେ ସରି ପାରେ !

ଅବା ଯୁଗଟିଏ ହୋଇ ପାରେ !!

ବିଶ୍ୱାସର ସବାରିଟା 

ତୁମ ଦ୍ୱାରରେ ପହ଼ଞ୍ଚିବା ଯାଏ 

ଅପେକ୍ଷା କରିବି 

ଯୁଗ ଯୁଗାନ୍ତର, 

ତୁମର ସେ ବଂଶୀ ଧ୍ୱନୀ 

ସୁରେ ସୁରେ ହଜି ହଜି 

ହଜାଇ ଦେବି ନିଜର ଅସ୍ତିତ୍ୱ 

ଭାବ ସମୁଦ୍ର ତୀରେ, 

ଏ ମନ ତଳେ ଗଢି 

ବିଶ୍ୱାସର ଭରସାର ର କୋଣାର୍କ 

ଟିକିଏ ଉଦବେଗ, ଆବେଗରେ 

ପୁରିଉଠୁ ଜୀବନଟା 

ମୁଠାଏ ଶ୍ରଦ୍ଧା ରେ 

ପୁରାଇ ଦିଅ ଆଞ୍ଜୁଳା, 

ତୁମରି ସନ୍ଧାନେ ବିତି ଯାଉ 

ଆୟୁଷ ତମାମ 

ଶୁଭ ଲଗ୍ନର 

ଶୁଭ କ୍ଷଣକୁ 

ପାଇବା ଯାଏ ହାତ ମୁଠାରେ 

ବିରହିର ସୁରେ ସୁରେ 

ଭିଜି ଭିଜିମୁଁ 

ଦେଖୁ ଥିବି ଅପଲୋକ 

ନୟନରେ ତୁମର ସେଇ 

ଶାନ୍ତ କାନ୍ତ କୋମନୀୟ ରୂପ 

ଚନ୍ଦନ ତୁଳସୀର ବାସ 

ମହ ମହ ମହକୁ ଥିବ 

ସାରା ଅଗଣା ଓଁ କାରେ 

ଝଙ୍କୃତ ହେଉ ଥିବ 

ଗଗନ ମଣ୍ଡଳ 

ତୁମରି ମହାର୍ଘ ମହିମା 

ବଳିୟାର ଭୁଜ ଛାଇ ତଳେ 

ମୁଁ ନିମୀଳିତ ନୟନରେ. ବସି 

ହଜି ଯାଉ ଥିବି 

 ତୁମରି ନାମ ଗାଇ ଗାଇ 

ଦିନ ଗଣୁ ଥିବି ଜୀବନର 

ସମାପ୍ତି ଆୟୁଷ ଯାଏ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍