STORYMIRROR

Samita Swain

Others

4  

Samita Swain

Others

ଅଭିନୟ

ଅଭିନୟ

1 min
450

ଏଇ ଦୁନିଆ ଟା ଗୋଟେ ରଙ୍ଗମଞ୍ଚ 

ଆମେ କରୁ ଅଭିନୟ 

କେତେ ବେଳେ ହସ ପୁଣି କେବେ କାନ୍ଦ

 କେବେ ଜୟ ପରାଜୟ ।


ବଡ ଯେ ବିଚିତ୍ର ମଣିଷ ପ୍ରକୃତି

ଅନେକ ଚିତ୍ର ଚରିତ୍ର 

ନିତି ନୂଆ ନୂଆ ଅଭିନୟ କରେ

କେବେ ଶତ୍ରୁ କେବେ ମିତ୍ର ।


ନିଖୁଣ ଭାବରେ ନିଜ ଚରିତ୍ରକୁ 

ଜୀବନ୍ତ କରଇ ଯିଏ

ସଫଳ ହୁଅଇ ଜୀବନ ତାହାର

ଶ୍ରେଷ୍ଠ ଅଭିନେତା ସିଏ ।


ଛଳରେ କରନ୍ତି କେତେ ଅଭିନୟ

ଆଗେଦେଇ ସ୍ମିତହସ

ଉପରେ ଉପରେ ନିଜର ହୋଇସେ 

ପଛରେ ଦିଅନ୍ତି ବିଷ ।


ନିଳ ଜଳେ ବୁଡି ଶୃଗାଳ ପରିକା

ରଙ୍ଗ ତାଙ୍କ ବଦଳାନ୍ତି 

କିଛିଦିନ ପରେ ନିଜର ସ୍ବରୂପ 

ପୂଣି ସେ ଫେରି ପାଆନ୍ତି ।


ଭିନ୍ନ ରୂପରେଖ ଭିନ୍ନ ଚେହେରାରେ

ବହୁରୂପ କୁ ସେ ଧରି

ମୁହେଁମୁଖା ପିନ୍ଧି ଛଳ କପଟରେ

 ଆପଣା ଲାଗନ୍ତି ଭାରି ।


ଦୁହିତା କରଇ କେତେ ଅଭିନୟ 

ଦୁଇ କୂଳ ହିତପାଇଁ

ଜନମରୁ ଜୁଇ ଜଳି ଚାଲିଥାଏ

ବିଭିନ୍ନ ଚରିତ୍ର ହୋଇ ।


ସଂପର୍କ ସଂଜ୍ଞାରେ ବନ୍ଧା ଏ ମଣିଷ 

ନିଜକୁ ହଜେଇ ଦେଇ

ଆଉ କା'ମନରେ ସୁଖର ଆଲୋକ

ଭରିବାର ଆଶା ନେଇ । 


ଅଫେରା ପଥର ପଥିକ ସଭିଏଁ  

କରୁ ଆମେ ଅଭିନୟ

ଯବନିକା ଯେବେ ପଡିବ ଜୀବନେ

ଫେରିବାଟା ହେବ ଥୟ ।


ସମୟ ପୂର୍ବରୁ କେତେଯେ ଚରିତ୍ର  

ଅଧାରୁ ହିଁ ସରିଯାଏ

ଅଙ୍ଗୀକାର ବଦ୍ଧ ଭିନ୍ନ ପୃଥିବୀରୁ

ମିଞ୍ଜିମିଞ୍ଜି ତାରା ହୁଏ ।


Rate this content
Log in