ଅଭିନୟ
ଅଭିନୟ
ବାହାରେ ହସୁଥିଲା ପ୍ରସ୍ଫୁଟିତ ପୁଷ୍ପ ପରି
ହେଲେ ଅନ୍ତରେ ଥିଲା ନୀରବତା
ଗୁନ୍ଥା ଥିଲା ସ୍ମୃତି ପେନ୍ଥା ପେନ୍ଥା
ସ୍ମୃତି ରୋମନ୍ଥନେ ସ୍ପନ୍ଦିତ ହେଉଥିଲା
ବାର୍ ବାର୍ ଭିତର ବାହାର
ନିଜକୁ ହଜାଇ ଥିଲା ଆଉ କେଉଁ ପୃଥ୍ୱୀ ରେ
ଭୁଲିଥିଲା ନିଜକୁ,ନିଜର ସତ୍ତାର ଉପସ୍ଥିତି କୁ
ସାଉଁଟୁଥିଲା ମଧୁର ସ୍ମୃତି ଅତୀତର ଉପବନରୁ
ଗୁଣୁଗୁଣୁ ଶବ୍ଦେ ମତୁଆଲା ହେଉଥିଲା
ମୁଁ ଆସିଲି
ଜଣା ନ ଥିଲା ମୋ ଉପସ୍ଥିତି ତାକୁ
କାନେଇଲି,
ଶୁଣିଲି ଅସ୍ପଷ୍ଟ ଗୁଂଜନ
ଥିଲା ଯହିଁ ରାଗ ତାଳ
କେତେବେଳେ ଆସନ୍ନ ବର୍ଷାର ବଦନ
ତ କେତେବେଳେ ପ୍ରସ୍ଫୁଟିତ ପ୍ରସନ୍ନ
ନିରବିଲା ମୋ ଉପସ୍ଥିତି ଜାଣି
ସହାସ୍ୟେ ସମ୍ବୋଧିଲା ମୋତେ
ଉଭାଇଲା ବିଷର୍ଣ୍ଣତା ସବୁ
ଆରମ୍ଭିଲା ଅଭିନୟ
ପୋଖତ ନାୟିକାଟିଏ ପରି
ତଥାପି,
ତଥାପି ମୋତେ ଜଣାଥିଲା
ତା ଛାତି ଭିତରେ କିଛି ପ୍ରଜ୍ବଳନ
ଆଉ ଭାବ ମୁଦ୍ରାର ସ୍ଥିର ପ୍ରତିଫଳନ
ଯାହା ତା ହୃଦୟକୁ
କରୁଥିଲା ପ୍ରଜ୍ବଳନ ।
