STORYMIRROR

Mira Biswal

Others

3  

Mira Biswal

Others

ଅଭିନୟ

ଅଭିନୟ

1 min
115


ମାଟି ପିତୁଳାକୁ ଜୀବନ୍ୟାସ ଦେଇ 

ନଚାଉଚି ପରା ସେହି,

ତା ଅଙ୍ଗୁଳିନି ନିର୍ଦ୍ଦେଶେ ଏସାର ସଂସାର

ଅଭିନୟ କରୁଥାଇ।। 


ସମସ୍ତେ ବୁଝନ୍ତି ଜୀବନ ତ ଏଠି        

କ୍ଷଣିକ ମାୟାରେ ବନ୍ଧା ,

ନିଶ୍ୱାସକୁ ଏଠି ବିଶ୍ୱାସ ନାହିଁରେ

ତଥାପି ସମସ୍ତେ ମାୟାରେ ଛନ୍ଦା। ।


ସଂସାରରଟା ଏଠି ରଙ୍ଗ ମଞ୍ଚ ପରା 

ଆମେ ସବୁ କଳାକାର, 

ନିଜ ନିଜ ପାଇଁ ଅଭିନୟ କରୁ

ଏଇତ ସଂସାର ଖେଳ।। 

  

ସୁଖ ଦୁଃଖ ଅବା ହସ ଲୁହ ହେଉ

ରଙ୍ଗ ମଞ୍ଚର ତ ଅଂଶ ,

ସରିଲେ ସମୟ ଜାଣି ହୋଇ ଯାଏ 

କିଏ କେତେ ଭଲ କଳାକାର ।।

 

ପାପ ପୁଣ୍ୟର ସେ ବିଚାର କରଇ 

ଶୂନ୍ୟରେ ଥାଇ କି ପରା, 

ଅଦୃଶ୍ୟ ଶୂତାରେ ସଭିଙ୍କୁ ଛନ୍ଦି ସେ 

ଆଙ୍ଗୁଠି ଚଳାଏ ପରା।।


କ୍ଷଣିକ ମୋହରେ ନିଜକୁ ନବାନ୍ଧି 

ମୁକ୍ତ କରି ଦେଖ ଥରେ,

ଏ ରଙ୍ଗ ମଞ୍ଚରେ ଅଭିନୟ ପୁଣି 

ସବୁଠୁ ସୁନ୍ଦର ଅଟେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍