STORYMIRROR

Biswajit Sahoo

Others

3  

Biswajit Sahoo

Others

ଅଭିନୟ

ଅଭିନୟ

1 min
200

ଗୋଟିଏ ମଣିଷ କେତେ ଚରିତ୍ରରେ,

କରୁୁଅଛି ଅଭିନୟ,

ସଂସାର ନାମରେ ମାୟା ରଙ୍ଗମଞ୍ଚ,

ସବୁକିଛି ଛଳ ମୟ।

ଇଶ୍ଵର ଏହାର ଏକମାତ୍ର ସ୍ରଷ୍ଟା,

ସିଏ ପୁଣି ନିର୍ଦେଶକ,

କେତେ ଲୀଳା ରଚି ମାୟା ସୃଷ୍ଟି କରି,

ଘୂରାନ୍ତି ସମୟ ଚକ।

କାହାକୁ କୋଉଠି କେମିତି ନଚାନ୍ତି ,

ଏକା ସିଏ ଜାଣିଥାନ୍ତି,

ତାଙ୍କରି‌ ଆଦେଶେ ସୂର୍ଯ୍ୟ ଚନ୍ଦ୍ର ପରା

ଆତଯାତ ହୋଇଥାନ୍ତି।

ଚିରନ୍ତନ ଆତ୍ମା ଅଭିନୟ କରେ,

'ଦେହ'ର‌ ପୋଷାକ ପିନ୍ଧି,

ସଂପର୍କର ଡୋରି ବାନ୍ଧି ରଖିଥାଏ,

ମାୟା ମୋହ ଦିଏ ଛନ୍ଦି।

ନିଜ ଲାଭ ପାଇଁ ଛଳନା କରନ୍ତି,

ଆଉ କିଛି ସ୍ବାର୍ଥପର,

ଭୁଲି କି ଯାଆନ୍ତି ଆଲୋକ ଆସିଲେ,

ଦୂର ହୁଏ ଅନ୍ଧକାର।

ଚୋର କରେ ଏଠି ନିିର୍ଭୁଲ ଭାବରେ,

ସାଧୁତାର ଅଭିନୟ,

ମିଛ ପରେ ମିଛ କହିଚାଲେ ସିଏ,

ଭୁଲି ଯାଇ ସବୁ ଭୟ।

ନେତା ମନ୍ତ୍ରୀ ଠାରୁ ସରକାରୀ ବାବୁ,

ସଭିଏଁ ମିିଛର ଦାସ,

ମିଛ କହି କହି ଟଙ୍କା ଲୁୁଟିି ଲୁଟି,

କରୁଛନ୍ତି ସର୍ବନାଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍