STORYMIRROR

ମିତା ପଟନାୟକ

Others

4.1  

ମିତା ପଟନାୟକ

Others

ଅଭିନୟ ବନାମ ସମ୍ପର୍କ

ଅଭିନୟ ବନାମ ସମ୍ପର୍କ

1 min
93



 

କିଛି ସମ୍ପର୍କ ରୂପ ନିଏ ଆପେ ଆପେ 

ବିନା ଦେନ ନେଣ ରେ 

ସେଠି ଚୁକ୍ତି ପତ୍ର କାଟ ଖାଏ 

ସମ୍ପର୍କ ଟା ବେଳେ ବେଳେ 

ତାଜ ହେଉ ହେଉ 

ଅଟକି ଯାଏ 

ଯଦିଓ କାରଣ ସେମିତି କିଛି 

ଓଜନ ରଖେନା...

 

କିଛି ସମ୍ପର୍କ ଖାଲି ଦେଇ ଶିଖିଥାଏ 

ଭୋଗ ରେ ନୁହେଁ ତ୍ୟାଗରେ 

ନିଜେ ନିଜ ଦୁନିଆରେ ମସଗୁଲ 

ପାଇଵା ନିମିତ୍ତ ମାତ୍ର 

ଦେବାରେ ଥାଏ ନିରୁତା ଆନନ୍ଦ.... 


ଆଉ କିଛି ସମ୍ପର୍କକୁ 

ନାମ ଦେଉ ଦେଉ 

ଅଦେଖା ନିୟତିର ଆତତାୟୀ 

କାଟିଦିଏ ନଟେଇରୁ ସୁତା..... 

ମୁହଁ ମାଡି ଧକେଇ କାନ୍ଦେ 



ବଡ଼ ଅଦ୍ଭୁତ ସତ୍ତାଟିଏ ସତେ 

ଯେତେ ଯତ୍ନ ସେତେ ଅଭିମାନ 

ସବୁ ଥାଇ କିଛି ନଥିବାର ଭାବ ଗ୍ରାସିଥାଏ 

ନାମ ବାଚକ ବିଶେଷଟିଏ ଖୋଜୁ ଖୋଜୁ 

ଦିନ ଯାଏ ଚିହ୍ନ ରୁହେ 

ସମ୍ପର୍କ ବନ୍ଧା ହୁଏ 

ପୁରୁଣା ରୁମାଲରେ 

ହଳଦିଆ ପଡ଼ିଯାଇଥିବା ଚିରା ଚିଠିରେ 

ବେଶ କିଛି ଚନ୍ଦ୍ରବିନ୍ଦୁରେ 

ଆଉ କିଛି କମା ପୂର୍ଣ୍ଣଛେଦରେ..... 



Rate this content
Log in