STORYMIRROR

Sujata Mohapatra

Others

5.0  

Sujata Mohapatra

Others

ଅଭିମାନୀ ରାଈ

ଅଭିମାନୀ ରାଈ

1 min
326





ଛୁଇଁବି କି ନ ଛୁଇଁବି ତୁମକୁ ମୁଁ

ଭାବୁ ଭାବୁ ପାହିଯାଏ ରାତି

ଅଭିଶପ୍ତ, ଅନୁତପ୍ତ ତୁମେ

ମୋ ଆଗରେ ମୋର କ୍ଷମା ପ୍ରାର୍ଥୀ

ତୁମ ଦୁଇ ଆଞ୍ଜୁଳା ଭିତରେ

ମୋ ଓଠ, ମୋର ଦୁଇ ଆଖି

ନିରୀହ ଶିଶୁ ଶାବକ ଟି ପରି

ତୁମ ଚାହାଣୀ, ଅତି ନିରୀମାଖି ..

କେଉଁଠୁ ଶିଖିଲ କାହ୍ନୁ ନାରୀଙ୍କୁ ମୋହିବା

ରାଈ ମନ ବୃନ୍ଦାବନ ସର୍ବ ମନଲୋଭା


ସମୟ ର ସୀମା ଲଙ୍ଘି ଚାଲିଯିବା ପରେ

ସବୁ କିଛି ନିଶବ୍ଦ, ନିଶ୍ଚିହ୍ନ

ନା ଅନୁତାପ ର କିଛି ମାନେ ଥାଏ

ନା ଥାଏ ଅନୁରକ୍ତି ର!!!

ପାପ ପୂଣ୍ୟ, ଭଲ ମନ୍ଦ ସାମାଜିକ ଅସାମାଜିକ ....

ଅବାଞ୍ଛିତ ଶବ୍ଦ ସବୁ ଧସେଇ ପଶନ୍ତି

ପବିତ୍ର ପ୍ରେମ ର ନିରୋଳା ମୁହୂର୍ତ୍ତ ମାନଙ୍କରେ !!!


ରାତି କିନ୍ତୁ ଯାଉଅଛି ବଢି

ତା ନିଜସ୍ୱ ଅବୟବ କୁ ସଜାଡି

ଦେଖୁ ଦେଖୁ ନିଶ୍ଚିହ୍ନ ବି ହେବ

ପ୍ରଭାତ ର ଆଗମନୀ ସ୍ୱରେ

ଜୀବନ ବି ପ୍ରକମ୍ପିତ ହେବ


ମୃତ୍ୟୁ ପରେ ଜୀବନ ର ମାନେ କିଛି ନାହିଁ

ପାପ ପୂଣ୍ୟ ଭଲ ମନ୍ଦ କିଛି ମାନେ ନାହିଁ

ଜୀବନ ଯେ ପ୍ରେମକୁ ତ ଜିଇଁବା ର ବେଳ

ରାତ୍ରୀ ବି ତ ଅନୁଭବ କରିବାର କାଳ

ଆକାଶ ର ତାରା ସବୁ ଲୁଚିବା ଆଗରୁ

ତୁମକୁ ତ କ୍ଷମା କାହ୍ନୁ କରିବାକୁ ହେବ

କୁଞ୍ଜ ବନୁ ବଂଶୀ ସ୍ଵନ ହଜିବା ଆଗରୁ

ମିଳନ ବିଥିକା ଆମ ରଚିବାକୁ ହେବ


ଯମୁନାର ଜଳେ ପୁଣି ପ୍ରେମ ଆଜି ଲହଡି ଭାଙ୍ଗିବ

କାହ୍ନୁ ବକ୍ଷେ ଲୋଟି ରାଈ ପ୍ରେମ ରେ ଭିଜିବ

କୁଞ୍ଜ ବନେ ପ୍ରେମ ଫୁଲ ବାସ ଚହଟିବ

କାହ୍ନୁ ପ୍ରେମେ ରାଈ ପୁଣି ପାଗଳି ସାଜିବ

ବୃନ୍ଦାବନେ ପ୍ରେମ ବଂଶୀ ମଧୁରେ ଗାଇବ

ରାଈ ଆଉ କାହ୍ନୁ ପ୍ରେମ ଜଗତ କହିବ....


ସୁଜାତା ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍