STORYMIRROR

Subhalaxmi Nayak

Others

4  

Subhalaxmi Nayak

Others

ଅଭିମାନୀ ଭକ୍ତ

ଅଭିମାନୀ ଭକ୍ତ

1 min
617

କହ ରେ ଜଗା!

କେଉଁ ଦୋଷେ ଆଜି 

ହୋଇଛି ମୁଁ ପର

କେଉଁ ଅପରାଧରେ

କରିବି ପ୍ରାୟଶ୍ଚିତ ମୋହର

କ୍ଷମାର କ୍ଷମତା ରହିଛି ତୋ ହାତେ

ତୁ ସହିଛୁ କେମିତି ବିନା ଦୋଷର ଅପବାଦ।


ମଣିଷ ଜନମ କରମ ମୋହର

ପାପର ଫଳ ଏ କେଉଁ ଜନମର

ଦୂରେଇ ଯାଆନ୍ତି ପ୍ରିୟଜନମାନେ

ଭଲ ଚିନ୍ତା କଲେ ଫଳ ଅସମ୍ମାନ

ତୋ ଦୁଆରେ ବସି ପଚାରୁଛି ଆଜି

ପଥର ତଳେ କାହିଁ ଅଛି ମୋ ଭାଗ୍ୟର କରମ ।


ଯେଉଁ ଗର୍ବେ ତୁହି ଦୂରେଇ ଯାଉ

ସେହି ପାପ ଲୋକ କରନ୍ତି ଅନେକ

କୋଳେଇ ତାହାଙ୍କୁ ଭକ୍ତ ଆଖ୍ୟା ଦେଇ

କି ଲାଭ ପାଉଛୁ କହ ଥରେ ହଟ ଭିଆଇ ।


କଳିଯୁଗର ତୁ ଠାକୁର ବୋଲାଉ

ପୁଣ୍ୟ ଲାଭ ପାଇଁ ସାହାଣ ମେଲାଉ

ବେନି ନୟନରେ ଦେଖିବାକୁ ଥରେ

କରିଥିଲି ଯେଉଁ ଆଶା

କଟକଣା କରି ରଖିଛୁ ସିଂହଦ୍ଵାରେ

ଫେରୁଛି ମନେ ଧରି ନିରାଶା।


ପୁଳା ପୁଳା ଟଙ୍କା ଗଦେଇ ନ ପାରିବି

ନାହିଁ ମୋର ସେ ସାମର୍ଥ୍ୟ

ଗରିବଙ୍କୁ ଦେଖି କଳିଯୁଗ ହସେ

ଧନ ନଥିଲେ ସବୁ ବ୍ୟର୍ଥ।


କହ ରେ କାଳିଆ

ଧରିଛୁ ନିକିତି କରମ ହିସାବୀ

ଧନବଳ ବଡ଼ କର୍ମବଳ ଠାରୁ କି

ଭକ୍ତି ଆଜି ବନ୍ଧା ପଡ଼େ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍