ଅଭିମାନ
ଅଭିମାନ
ମହମବତୀର କ୍ଷୀଣ ଆଲୋକରେ,
ନିଃଷ୍ପଭ୍ର ଥିଲା ତୁମର ଚନ୍ଦ୍ରବଦନଟି....
କିନ୍ତୁ ମୁଁ ଦେଖିପାରୁଥିଲି ତୁମର ଅସହାୟତାକୁ,
ଗୋଟି ଗୋଟି କରି ପଢ଼ି ସାରିଥିଲି ସେଦିନ
ତୁମେ ଲୁଚେଇଥିବା ହୃଦୟର ପ୍ରତିଟି ବେଦନାକୁ,
ଆଖିପତା ଆଢୁଆଳରେ ଟଳମଳ ଲୁହକୁ ଚାପିଦେଇ,
ତୁମେ ମହାନ୍ ହେବାକୁ ପ୍ରଚେଷ୍ଟା ବି କରିଥିଲ....
ଶେଷରେ ମୋତେ ଠକିବାକୁ ଚେଷ୍ଟା କରି.....
ସାଥୀ ତୁମେ ମିଛ କହିଲ !!!!!
ଠିକ୍ ଅଛି.... ଦିନେ ନା ଦିନେ
ମୋତେ ଖୋଜିବାକୁ କାରଣ ଖୋଜିବ ତୁମେ,
ମୁଁ ଜାଣେ....
ସ୍ମୃତିର ବହିରୁ ପୃଷ୍ଠା ପରେ ପୃଷ୍ଠା ଓଲଟାଇବ ତୁମେ,
ଅଣନିଃଶ୍ୱାସୀ ହୋଇ ଧୈର୍ଯ୍ୟର ପରୀକ୍ଷା ଦେଲା ବେଳେ,
ହାର୍ ମାନିବାକୁ ନାରାଜ ହେବ ତୁମେ,
କିନ୍ତୁ ଯିଏ ଅନନ୍ତ ଶୂନ୍ୟ ପଥେ ଅଗ୍ରସର ହୋଇ ସାରିଥିବ....
ତାକୁ ଅନୁଭବ କରିବାକୁ ବାଧ୍ୟ ହେବ ତୁମେ....
