ଅଭିମାନ କରିବିନି ଆଉ
ଅଭିମାନ କରିବିନି ଆଉ
କାହିଁକି ଡାକିବି ଦୁଃଖହାରୀ ବୋଲି
ଦୁଃଖ ନ ଯଦି ହରୁଛ
ଅପାରଗ ତୁମେ ହୋଇଯାଇଛ ହେ
ତୁଛା ଟାରେ ଖାଲି ବାହା ପିଟୁଛ।
ବାହାସ୍ପଟ ମାରି ନାଲି ଅଧର ରେ
ସଭିଙ୍କ ମନ କୁ କିଣି ନେଉଛ
ସତରେ କହୁଛି କଳା ଠାକୁର ହେ
ଠକିବା ପଣରେ ଆଗ ରେ ଅଛ।
କାହିଁକି ପୂଜିବି ଦୀନ ବନ୍ଧୁ ବୋଲି
&nbs
p; ଦୀନ ଦୁଃଖୀଙ୍କୁ ଯେ କଷ୍ଟ ଦେଉଛ
ପତିତପାବନ ଧ୍ୱଜାକୁ ଉଡାଇ
ଦୀନ ଙ୍କୁ କନ୍ଦାଇ ନିଜେ ହସୁଛ।
କାହିଁକି କହିବି ସୃଷ୍ଟି କର୍ତ୍ତା ବୋଲି
ପ୍ରଳୟ କରତା ତୁମେ ହୋଇଛ
ଘର ବୁଡା ଆଜି ସତରେ ଠାକୁର
ଦୁନିଆ ଭିତରେ ତୁମେ ସାଜିଛ।
କାହିଁକି ଭାବିବି ଅନ୍ତର୍ଯ୍ୟାମୀ ପ୍ରଭୂ
ଅନ୍ତର ବେଦନା ତୁମେ ନ ଜାଣୁଛ
ଭବ ଜଳେ ଆଜି ବୁଡାଇ ଦେଇକି
ଛଟପଟ ତୁମେ କରି ଦେଉଛ।