ଅଭିମାନ ବସନ୍ତ
ଅଭିମାନ ବସନ୍ତ
1 min
132
ବସନ୍ତ ରେ ଆଜି ବରଷା ଆସିଛି ଅଦିନେ ଭରିଛି ଶ୍ରାବଣର ଭ୍ରମ,
ସେଇ ଅଭିମାନେ ମନ ମାରି ବସନ୍ତ କରୁଛି ଅଭିମାନ।
ମୃଦୁ ମଳୟରେ କୋଇଲି କୁହୁରେ ଗୁଞ୍ଚରିତ ଥିଲା ଧରା ବକ୍ଷ,
କେମିତି ଏ ମେଘ ଆସି ଫିକା ଫିକା କଲା ବସନ୍ତର ରଂଗ ।
ମେଘ ବରଷୁଛି ବିଜୁଳି ଚମକେ ଭ୍ରମରେ ଲାଗେ ଋତୁ ଶ୍ରାବଣ,
ଋତୁରାଜା ବସନ୍ତ ତୋଷକରି କହେ ଫେରିଯା ମେଘ ଆସି ନି ଏବେ ତୋ ସମୟ।
ନା ଦିଶୁଛି ହଳଦୀ ବସନ୍ତ ନା ମେଳଦିଶେ ଆମ୍ବ ତୋଟାରେ,
ଅଦିନିଆ ମେଘ ଭରିଛି ହୃଦୟେ ଅନେକ ଦୁଃଖ,କ୍ଲେସ।
ଚୋରି କରିଛି ବସନ୍ତ ର ସମୟକୁ ମେଘ ରାଣୀ ଶ୍ରାବଣୀ,
କେମିତିକା ପ୍ରେମ ବସନ୍ତ ର ଅଦିନେ ଭିଜୁଛି ମନ।
