STORYMIRROR

Sadananda Sahoo

Others

3  

Sadananda Sahoo

Others

ଅଭିଳାଷର ଟିକିଦ୍ରୁମ

ଅଭିଳାଷର ଟିକିଦ୍ରୁମ

1 min
106

ନୁଆ ଭାବନାରେ ଜାଗ୍ରତ ହୁଅ'ହେ 

   ରୋପିଦେଵା ଟିକିଚାରା , 

ସେଇ ଟିକିଦ୍ରୁମ ହେଵ ମହାଦ୍ରୁମ 

   ସାଜିବ ଆମ ସାହାରା !! 


ମାଆ ଧରିତ୍ରୀର  ହୃଦୟ ପରାଣ 

    ସବୁଜ ବନାନୀ କ୍ଷେତ୍ର , 

ସେଇ ଚିତ୍ରକ୍ଷେତ୍ର ଆମରବି ମିତ୍ର 

   କରିବାନି ତାକୁ କ୍ଷତ !! 


ସରାଗ ମନରେ କୋମଳ ହସ୍ତରେ 

     ଅଙ୍କୁରଉଦ୍ଗମ  କର , 

ଜଳରାଶି ଛିଞ୍ଚି ରଖହେ' ବଞ୍ଚେଇ 

   ଆକାଂକ୍ଷା ହେଵ ସଞ୍ଚାର !! 


ବୃକ୍ଷ ଆମ ସାଥୀ ବୃକ୍ଷ ଆମ ପ୍ରିତୀ 

    ସମର୍ପଣେ  ଉଦ୍ଭାସିତ , 

ମହାନ ତ୍ୟାଗର ଶେଷ ନିଦର୍ଶନ 

    ଏ'ଜୀବଜଗତ ପ୍ରୀତ !! 


ଖାଦ୍ୟ ଠାରୁ ବସ୍ତ୍ର ସବୁତା'ର ଦାନ 

    ମହାନ ତା' ଉପାଦନ , 

ପରିବେଶ ରକ୍ଷା ତାହାର ସଦ୍ଦିଚ୍ଛା

   ଅତ୍ୟୁଲ୍ଯ ତା'ସମର୍ପଣ ! ! 


ବିଷାକ୍ତ ବାୟୁକୁ ମୁକ୍ତ କରିବାକୁ 

  ଖାଦ୍ୟରୂପେ ଆହାରଣେ , 

ଅମ୍ଳଜାନ ସୃଷ୍ଟିକରେ ଆଗଭରି 

   ଶ୍ଳେଷ ବିଶ୍ଳେଷଣ ପଣେ !!


ନିଶ୍ଵାସେପ୍ରଶ୍ଵାସେ ହେଜ ଆହେ' ଜନେ 

    ବୃକ୍ଷଆମ  ବଡ଼ବନ୍ଧୁ , 

ବୃକ୍ଷର ସୁରକ୍ଷା  କରିବା ସର୍ଵଦା 

     ନିଗାଡି ରକତ ବିନ୍ଦୁ !! 


କରହେ ' ଶପଥ ସର୍ବ ପ୍ରିୟଜନ 

   ଉଦ୍ଭିଦ କରିବା ସୃଷ୍ଟି , 

ଟିକିଟିକି ଚାରା ରୋପିବା ସହସା 

   ପ୍ରିତୀଫୁଲ ହେଵବୃଷ୍ଟି !! 



Rate this content
Log in