ଅଭାବୀ ସ୍ୱାକ୍ଷର
ଅଭାବୀ ସ୍ୱାକ୍ଷର
କଲମ ଆନ ମନା..
କାଳିର ପେଟପୂରା ଭାବ ପରସାରେ
କେବେ କେବେ ରାତି ସାରା ଚେଇଁ
ଆଉ କେବେ କେବେ ଶୋଇଥିଲେ ବି ଧଡ଼ କିନା ଉଠିପଡି
ଆଖି ପତ୍ତା ନୁଆଁଇ ଦେଇ ଶତାଧିକ ପୁରୁଷ ପଣିଆ ବୋଲି କିଛି ଅଛି ଅନୁଭବ କରେ..
ସାକ୍ଷୀ ସେଇ ସଖୀ ଟି..
ଶୂନ୍ୟ ଦିହ ପୁଣ୍ୟ ଚୁମ୍ବନ
ଭାବ ଖିଅର ଅଭାବୀ ସ୍ୱାକ୍ଷର
ଲୋଡ଼ା ଶାବ୍ଦିକ ସହବାସ
ପ୍ରାପ୍ୟ ପୀରତି ପୀୟୂଷ
ଏଇଟା ବୟ ର..
ନା .. ବିଶ୍ବାସ ର..
ସୃଷ୍ଟି ର ନା ସମଷ୍ଟି ର..
ଉତ୍ତର ଦାୟିତ୍ଵ କେବଳ ଉତ୍ତର ପୁରୁଷ ର
ଯୁଗ ଜାଗରେ ଆହୁତି ଟିଏ ହୋଇ
ନିଜକୁ ଝାସ ଦେଇ ଦିଏ ଗୋଟାଏ ନିଷ୍ପାପ ମନ
ରାତିର ତାତି ଗୀତଟିଏ ଗାଇ
ଘୁରୁଥାଏ ଆଦିରୁ ଅନ୍ତ ଯାଏଁ
ସେଠୁ ଏଠିକି..
ଭାରଟିଏ ପେଟ ଠାରୁ ପିଠି ଯାଏଁ
ଷଷ୍ଠି ମାତା କେଉଁଠି ଥାଏ କେଜାଣି
ଦି ଚାରି ଧାଡ଼ି ବି ଗାରେଇ ଦିଏ
ଭାଗ୍ୟ ଭବିଷ୍ୟର କଣ୍ଟକିତ ବନ ମୂଲକକୁ..
କିନ୍ତୁ ସେ କେବେ ଦୁଃଖୀ ନୂହେଁ
ସୁଖୀ ଟିଏ....
ଆଉ ସଭିଙ୍କୁ ଆହ୍ଵାନ କରେ
ବିନ୍ଦୁକୁ ବନ୍ଦେଇ ବନ୍ଦେଇ
ପୂର୍ଣ୍ଣଚ୍ଛେଦକୁ ଅପୂର୍ଣ୍ଣ କରି
ଯୁଗ ରୁଚି ପାଇଁ....।
