STORYMIRROR

baishnaba meher

Others

3  

baishnaba meher

Others

ଅବାଞ୍ଛିତ

ଅବାଞ୍ଛିତ

1 min
218

କେତେ ଦିନ ହେବ ଖାଇ ନଥିବ

ଭୋକରେ ଆଉଟୁ ପାଉଟୁ ହଉଛି ପେଟ 

ଅବାଞ୍ଛିତ, ଅଛୁଆଁ, ଘୃଣିତ ସମାଜ ଆଗରେ

ଏକାକୀ ହିଁ ତା ଜୀବନର ମାନସାଙ୍କ ।

ପାଟିରୁ ବହୁଛି ଲାଳ, ଜଟିଆ ବାଳ

ମଇଳା ଟର ଟର ଚିରା କପଡ଼ା

ଲମ୍ବା ଲମ୍ବା ପାଚିଲା ଦାଢ଼ି ସାଙ୍ଗକୁ

ଲମ୍ବା ଲମ୍ବା ନଖ ସବୁ ମଇଳା ।

ବିଦ୍ୟାଳୟ ବାରଣ୍ଡାରେ ବର୍ଷା ଛିଟା ପଡ଼ି

ତା ଲୋମ ଗୁଡା ଟାଙ୍କୁରି ଯାଉଛି

କମ୍ବଳ ଟିଏ ନେଇ ଗଲେ ମୁନି ଦିଦି

ଟିନୀ ନାନୀ ତା ଗୋଡ଼ ଘିଞ୍ଚୁଛି ।

କହିଲା ସମାଜେ ତତେ କରିବେ ବାସନ୍ଦ

କିମ୍ପାଇଁ ତୁ ତା' ପାଇଁ ହଉ ଛଟ ପଟ

ଏହା ଶୁଣି ମୁନି ଦିଦି, ହେଲେ ତୁନି

ଥୋଇଲେ କମ୍ବଳଟିକୁ ଖଟରେ ଯାଇ ।


Rate this content
Log in