STORYMIRROR

Maitreyee Kamila

Others

3  

Maitreyee Kamila

Others

ଆଉଥରେ ଫେରିଆସ ତୁମେ

ଆଉଥରେ ଫେରିଆସ ତୁମେ

1 min
255


ସେଇ ସୁଆଣ୍ଡୋ ଗାଁ ଭାର୍ଗବୀ ନଈ

ଧନ୍ୟହୋଇଥିଲା ସେଦିନ ତୁମକୁ ଜନ୍ମଦେଇ  

ହେ ଯୋଗଜନ୍ମା ମହାପୁରୁଷ ଗୋପବନ୍ଧୁ

ଏ ମାଟିର ସୁଯୋଗ୍ୟ ସନ୍ତାନ

ଧୋତି ଚଦରରେ ଆଣ୍ଠୁ ଲୁଚୁନଥିଲା ତୁମେ କିନ୍ତୁ ସେଇଆ ପିନ୍ଧି ପୋଛୁଥିଲ ଲୁହ

ବନ୍ୟା ବାତ୍ୟାରେ ସବୁ କିଛି ହରେଇଥିବା ଲକ୍ଷ ଲକ୍ଷ ନିରୀହ ଆଖିର

ଆଚାର୍ଯ୍ୟ ହରିହର ,କୃପାସିନ୍ଧୁ, ନୀଳକଣ୍ଠ, ଗୋଦାବରୀଶଙ୍କୁ ପାଇ ଗଢିଥଲ ସତ୍ୟବାଦୀ ବନ ବିଦ୍ୟାଳୟ

ବନ୍ଦୀର ଆତ୍ମକଥା, କାରାକବିତା, ନଚିକେତା

ଫୁଟିଥିଲା ତୁମ ଲେଖନୀ ରୁ

ବିଞ୍ଚୁଥିଲ ସ୍ୱାଧୀନତାର ବାର୍ତା ଜନ ମାନସ ରେ

ସ୍ୱତନ୍ତ୍ରଉତ୍କଳ ପ୍ରଦେଶ ଗଠନ

ଜାଳୁଥିଲ କେତେ ଯେ ଦେଶପ୍ରେମ ବହ୍ନି

ସେ ହୋଇଥାଉ କାରାଗାର ଅବା ଅସହଯୋଗ ଆନ୍ଦୋଳନ ରେ

ଫେରିଆସ ଆଉଥରେ ଦେଖିଯାଅ ଥରେ

ତୁମ ହାତଗଢା ମାନସ ପୁତ୍ର "ସମାଜ"କୁ ପାଇ କେମିତି

ଗର୍ବରେ ଫୁଲୁଛି ଏ ମାଟି ମାଆ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍