STORYMIRROR

ତାରାପ୍ରସାଦ ଜେନା

Others

3  

ତାରାପ୍ରସାଦ ଜେନା

Others

ଆଉ ତୋ ଗଳିରେ ରଖୁନି ମୋ ପାଦ

ଆଉ ତୋ ଗଳିରେ ରଖୁନି ମୋ ପାଦ

1 min
17

ଆଉ ତୋ ଗଳିରେ ରଖୁନି ମୋ ପାଦ

ସାଧୁରୁ ଲାଗୁଛି ଚୋର

ପ୍ରେମଟା କରିବା ବିପଦ ଏମିତି

ଛାତିରେ ଛାତିଏ ଡର

............ଆଉ ତୋ ଗଳିରେ ରଖୁନି ମୋ ପାଦ

            ସାଧୁରୁ ଲାଗୁଛି ଚୋର ! ୦ !


ମୋହର ଦରଜା ଫିଟେଇ ଦେବାକୁ

କହୁନି ମୋ ମନ ସତ

ଫୁଲର ସବାରୀ ଉଠାଇ ନେବାକୁ

ଯାଉନି ଏଇ ମୋ ହାତ

ଆଖିର ସପନ ଲୁହରେ ବିକଳ

ଭାଙ୍ଗୁଛି ଆଶାର ଘର

............ଆଉ ତୋ ଗଳିରେ ରଖୁନି ମୋ ପାଦ

            ସାଧୁରୁ ଲାଗୁଛି ଚୋର ! ୧ !


ତୋ ରୂପ କୁହୁକ ବଳେଇ ପଡୁନି

ଭାବର ଅଭାବ ଆଣେ

ସ୍ମୃତିରେ ଜୀଇବା ସମ୍ଭବ ହେଉନି

ନିଜକୁ ଅକ୍ଷମ ମଣେ

ହାରିବା ଲୋକର ବଇଁଶୀ ବେସୁରା

ଶୁଣିଦେ ଗୋଟିଏ ଥର

............ଆଉ ତୋ ଗଳିରେ ରଖୁନି ମୋ ପାଦ

            ସାଧୁରୁ ଲାଗୁଛି ଚୋର ! ୨ !



Rate this content
Log in