ଆଉ ଫେରି ଵି କେଵେ
ଆଉ ଫେରି ଵି କେଵେ
ଏତେ ଦିନ ପରେ ଏ ସହର
ମୋତେ କଲା ଆପଣା ର
ଯେତେବେଳେ ଶେଷ ଟ୍ରେନ
ମୋ ଗାଁ କୁ ଛାଡିଲା
ଟିକେଟ ମୋ କଟା ସରିଥିଲା
ଯେଉଁ ଥିରେ ମୋର ଫେରିବା ର ଥିଲା ।
ଫେରିଲା ବାଟରେ ଟ୍ରେନ ଲାଇନ କଡେ କଡେ
କୁଆ ପଲ କଣେଇ କଣେଇ
ହସୁଥିଲେ ମଶାଣି କୁ ଦେଖି
ଧଳା ଚନ୍ଦନ ଟିପା ଟେ ପରି
ଶିମିଳି ଗଛରେ ଜହ୍ନ ଯାଇଥିଲା ଲାଖି ।
ସେଦିନ ସକାଳୁ ସକାଳୁ
ଯୌବନ ର ନୀଳ ଟ୍ରେନ ଟା ପାଦ ଥାପିଥିଲା
ପଛରେ ପକେଇ ଭିଜାଭିଜା ପଣତ କାନି
ନିରିମାଖୀ ନୀଳ କଇଁ ନୀରବତା
ତା ସାଥେ ବାନ୍ଧି ବୁନ୍ଧି ମୋ ଵହି ବସ୍ତାନି
ରୁମାଲ ରେ ପୋଛି ଥିଲି
ବରଷା ର ଆଖି ।।
ଏଵେ ଆଉ ମନେ ନଥିବ ତାଙ୍କର
କେମିତି ଦିଶୁଥିବି ହଜିଲାଣି
ସେଦିନ ର ମୋ ଗାଁ ମୋ ନାଁ
ଦିନ ଦଶଟାରେ ଡାକଵାଲା ଚିଠି ଦିଏ
ଠିକଣା ଲେଖା
କେଦାର ଵିହାର ଘର ସତେଇଶି ନମ୍ବର
ଏତେ ଦିନ ପରେ ଏ ସହର
ମୋତେ କଲା ଆପଣା ର ।।
ଦିନ ଦି " ପହରେ ଟଣା ଓଟରା ଜୀବନ
ବିଲେଇ କୁକୁର ଅଳିଆ ଗଦାରେ
ହୁଅନ୍ତି ଖତେଇ
ସଂଜ ଆସୁଥାଏ ସୂର୍ଯ୍ୟ ବୁଡିଯାଏ
ଓଭର ବ୍ରିଜ ତଳେ
ଦାନ୍ତ କୁ ଦେଖେଇ
ଦାନ୍ତ ନିକୁଟି ପଡିରହିଲେ ମଣିଷ ହେବୁର ପୁଅ
ସନିଆ କକେଇ କହିଥିଲେ ବୁଝେଇ ।।
ଫଳ ଫୁଲ ଝାଡି ଦେଇ
ଥୁଣ୍ଟା ଏଵେ ଗଛ
ଵୈଶାଖ କୁ ଡାକି ଡାକି
ବର୍ଷା ଶୀତ ବସନ୍ତ ଗଲେଣି
ହୋଇ ଆଗ ପଛ