STORYMIRROR

Shashanka sekhar Ray

Others

5.0  

Shashanka sekhar Ray

Others

ଆଉ କେତେଦିନ

ଆଉ କେତେଦିନ

1 min
28.4K


ବଡ ଦେଉଳେ ତୁମେ ସତରେ

ଅଛ କି ନାହଁ ମୋର ସନ୍ଦେହ

ସବୁ ଅଘଟଣ ପରେ ବି ଚୁପଚାପ

ନାହଁ କିଛି ପ୍ରତିକ୍ରିୟା ତୁମର ।

ସର୍ବଧର୍ମ ସମ୍ଵନ୍ନୟର କରୁଣା ସାଗର

କାହଁ ଥରେ କହିଦେଉନ

ମୋ ଦୁଆର ସାହାଁଣ ମେଲା

ନାହିଁ ବାଛବିଚାର କିଛି ଜାତି ଧର୍ମର ।

ତୁମକୁ ନେଇ ଚାଲେ ଏଠି ରାଜନୀତି

ଧର୍ମର ପୋଷକେ ସମସ୍ତେ ଅହଂକାରୀ

ପାପର ପେଟ ବଢେ ରାତାରାତି

ସମାଜର ବଡପଣ୍ଡା ପ୍ରତିହାରୀ ମାନଙ୍କର ।

ଅନ୍ୟାୟ ଅନୀତିର ଭଷା କଳା ବାଦଲ

ଜମାଟ ବାନ୍ଧୁଛି ନୀଳକନ୍ଦର ଉହାଡେ

ସେବକ ହୋଇଛି ଛଦ୍ମବେଶୀ ବେପାରୀ

କଳାକନା ବୁଲାଇ ତୁମ ରତ୍ନଭଣ୍ଡାର ।

ପଣ୍ଡା ପ୍ରଶାସନର ଘମାଘୋଟ ଯୁଦ୍ଧେ

କେତେବେଳେ ତୁମେ ବି ରୁହ ଉପବାସ

ପୋକରା ଚାଉଳେ ଅଭଡା ବି ବାସ୍ନାହୀନ

ପାପପୁଣ୍ୟ ଲାଗୁଛି ଯେମିତି ଏକାକାର ।

କାହିଁ ତୁମ ବାରହାତ ଖଣ୍ଡା କଳ୍କୀ ଅବତାର

ମ୍ଲେଛ ମାନଙ୍କୁ କେବେ କରିବ ସଂହାର

ଶୁଭୁନି ତୁମକୁ ଭକ୍ତଙ୍କ ଆର୍ତ୍ତଚିତ୍କାର

ଚାରିଆଡେ ମାଡିଗଲାଣି ଘନ ଅନ୍ଧକାର ।

କେତେଦିନ ମନମାରି ବସିଥିବ ବଡଦେଉଳେ

ଚକାଚକା ଆଖିରେ ସବୁଦେଖୁଥିବ

ହାତଗୋଡ ନଥିବା କାଠର ପାଷାଣ ଭଳି

ବିଶ୍ଵାସ ହରାଉଥିବ ଦରଦୀ ଭକ୍ତମାନଙ୍କର ।


Rate this content
Log in