Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

4.2  

Kalyani Nanda

Others

ଆତ୍ମନେପଦୀ

ଆତ୍ମନେପଦୀ

1 min
291



ଆଜି ମୁଁ ମୋ ନିଜକୁ ଖୋଜୁଛି,

ଏଠି,ସେଠି, ସବୁଠି,ହେଲେ ପାଉନି ମୁଁ ,

ନିଜ ପରିଚୟ,ନିଜ ଠିକଣା,ନିଜତ୍ବର ପ୍ରତିଛବି,

'ମୁଁ' କିଏ? ମୋ ପରିଚୟ କି ମୁଁ ନିଜେ ?

 ଏଇ ଅବୋଧ୍ୟ ପ୍ରଶ୍ନ ସମସ୍ତଙ୍କୁ ପଚାରେ,

 ହେଲେ କେହି କହି ପାରନ୍ତି ନି,

 ନା ଇଚ୍ଛା ନ ଥାଏ କହିବାକୁ ?

 ସେମାନଙ୍କ ତୀର୍ଯ୍ୟକ ହସ ଧାର ରେ,

 ମୁଁ ମୋ ପରିଚୟ ଖୋଜି ପାଏନି,

 ତଥାପି ଖୋଜି ଖୋଜି ଅବଶେଷେ ମୋ କ୍ଲାନ୍ତ ମନ,

 କସ୍ତୁରୀ ମୃଗ ସମ ନିଜ ଭିତରର' ମୁଁ ତ୍ବ' କୁ ,

  ଏଠି, ସେଠି, ସବୁଠି ଖୋଜୁଥାଏ, 

  ଜନ୍ମ ରୁ ମୃତ୍ୟୁ ଯାଏ ଲମ୍ବିଥିବା,

  ଜୀବନ ପଥ ର ଅନ୍ତିମ କ୍ଷଣ ଯାଏଁ,

  ମୋ ପରିଚୟ,ମୋ ଠିକଣା, 

   ସେମିତି ଅବୁଝା ରହିଯାଏ ମୋ ପାଖେ,

   ଆଉ ମୁଁ ବି ମୋ ହରେଇ ଦେଇଥିବା,

   ' ମୁଁ ତ୍ବ ' ସହ ହଜିଯାଏ ,ବିଲୀନ ହୋଇଯାଏ,

   ଉତ୍ତର ବିହୀନ ଏକ ପ୍ରଶ୍ନବାଚୀ ହୋଇ,

    ସତରେ କି ମୁଁ କେହି ନୁହେଁ? 


  

    



Rate this content
Log in