STORYMIRROR

banaja nandini mishra

Others

4  

banaja nandini mishra

Others

ଆତ୍ମଗୌରବ ତୁମେ

ଆତ୍ମଗୌରବ ତୁମେ

1 min
1.1K


ଚିର ନମସ୍ୟ ହେ ନେତାଜୀ ସୁବାଷ, 

ହେ ପ୍ରିୟ ବୀର ସୁରେନ୍ଦ୍ର 

ମା ଭାରତୀର ଆତ୍ମ ଗୌରବ 

ସ୍ୱାଭିମାନୀ ତୁମେ, ମହାନ ପୁରୁଷ ।


ନିର୍ଭୀକ ଯଶସ୍ବୀ ଉତ୍କଳ ସନ୍ତାନ 

ଶିକ୍ଷା ସଂସ୍କାରକୁ ନେଇ ବଳୀୟାନ 

ବିପ୍ଲବୀ ତୁମେ, ତୁମ ରଣହୁଙ୍କାରେ 

ସଂଗ୍ରାମୀ ସବୁ ସ୍ୱାଧୀନତା ପାଇଁ ହୋଇଲେ ପାଗଳ 

ତୁମ ବଳିଦାନ ପାଇଁ 

ତୁମେ ଗରୀୟାନ 

ବଢ଼ାଇ ଯାଇଛ ଭାରତର ମାନ 

ରହିଗଲ ହୋଇ ଚିର ଅମଳିନ ।


ଗୁରୁ ଗମ୍ଭୀର ଥିଲା ସେ ଆହ୍ୱାନ 

କେବେ ଦିଲ୍ଲୀ ଚାଲ 

କେବେ ମୋତେ ରକ୍ତ ଦିଅ 

ଦେବି ମୁଁ ସ୍ୱାଧୀନ

ବୀର ସୁରେନ୍ଦ୍ର ହେ ତୁମେ କହିଥିଲ 

ମୋତେ ମୋ ମାଟି ମାଆର କୋଳ ଦରକାର. 

ମୁଁ ପରା ଉତ୍କଳ ସନ୍ତାନ ।


ସ୍ୱାଧୀନତା ପାଇଁ, ଘୋଡାରେ ଚଢ଼ିଛ, ଅଶୀ ଚଳାଇଛ 

ହସିହସାଇଛ ଲୁହ ଲହୁ ସବୁ 

ନିଗାଡ଼ି ଦେଇଛ 

ଛାତିକୁ ପଥର କରିଅଛ ପୁଣି 

ଚାବୁକ ବେତର ମାଡ଼ ଖାଇଛ 

କେବେ କାରାବରଣ ତ 

କେବେ ଗୃହ ବନ୍ଦୀ 

ଚିର ଦିନ ସ୍ମରଣୀୟ 

ତୁମ ବୀରତ୍ୱ ସଂଘର୍ଷ ।


ପ୍ରବଳ ପ୍ରତାପୀ ଇଂରେଜ ଶାସକ 

ରକ୍ତ ରଞ୍ଜିତ କଲା ମାଟି ମାଆ ବକ୍ଷ, 

ବୀର ପୁତ୍ର ତୁମେ

ଶତ୍ରୁର ରକ୍ତରେ ଖେଳିଲ ହୋଲି 

ମାଆର ମୁକ୍ତି ପାଇଁ ଭାଙ୍ଗି ନପଡ଼ି 

ଶତ୍ରୁର ମନକୁ କରିଦେଇଥିଲ ରିକ୍ତ ଶିକ୍ତ

ସାରା ବିଶ୍ୱରେ ତୁମେ ହୋଇଗଲ ପ୍ରତିଷ୍ଠିତ


1945, 18 ଅଗଷ୍ଟ 

କେଉଁ ଆଡେ ଗଲ 

ହେ ପୂଜ୍ୟ ସୁବାଷ 

ଉତ୍ତର କା 'ପାଖେ ନାହିଁ

ଭୃତ୍ୟର କପଟ ପାଇଁ 

ନିଜ ସହୋଦର, ସଖାଙ୍କୁ ହରାଇ 

ମାଟି ମାଆର ମୋହରେ ହୋଇଣ ବ୍ୟଥିତ. 

ଛାତିର କୋହବି କରିଲା ବିବ୍ରତ 

ହେ ବୀର ସୁରେନ୍ଦ୍ର 

ତୁମେ ସିନା ଛାଡି ଚାଲିଗଲ

ଭାରତମାତାର ଗର୍ବ ଓ ଗୌରବ 

ଇତିହାସକୁ କଲ ରୁଦ୍ଧିମନ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍