ଆତ୍ମବିଶ୍ବାସ
ଆତ୍ମବିଶ୍ବାସ
ନିଃସହାୟ କିବା ଅସହାୟ ପଣ
ହୁଏନି ସେହି ମଣିଷ,
ସତ୍ୟ,ଧର୍ମ ପଥ ଅନୁସରେ ଯିଏ
ରକ୍ଷାକର୍ତ୍ତା ଥାନ୍ତି ଈଶ।
ଜୀବନର ଶେଷ ଅବସ୍ଥାରେ ବସି
ହିସାବ କରଇ ବସି,
ଆଗରେ ପଛରେ କେହି ତା ନଥାନ୍ତି
ଷଢ଼ରିପୁ ଘେରନ୍ତି ଆସି।
ଛାଡି ସବୁ ଆଶା ହରିର ଭରସା
ଧରିଥାଏ ଚିତ୍ତ ତା'ର ,
ଆସୁ ଘୋର ଝଡ଼ ଅବା ଦୁଷ୍ଟ ଆତ୍ମା
ନଥାଏ ତା'ର ଖାତର।
ରାକ୍ଷସ କି ପ୍ରେତ, ଅତୃପ୍ତ ଦାନବ
ମାଡି ମାଡି ବି ଆସିଲେ,
ପୁଣ୍ୟ ଆଉ ସତକର୍ମର ପ୍ରଭାବେ
ଛାଇ ନ ମାଡିବେ ଭଲେ।
ଘୋର ବିପଦରୁ ମୃଗୁଣୀ, ହସ୍ତୀକୁ
ଦୟାମୟ ରକ୍ଷା କଲେ,
ଏମିତି ଦାନବ ଅତ୍ୟାଚାର ଦେଖି
ମାତାରୂପେ ଉଭାହେଲେ।
ଯୁଗେ ଯୁଗେ ମାତା ସନ୍ତାନ ପାଇଁ
ସହିଥାଏ କେତେ କ୍ଳେଶ,
ଅଧିରା ସନ୍ତାନ ଭାଗ୍ୟରୁ ଦୁଃଖ
ଦୂରାଇ ଦେଇଥାଏ ମୁଖେ ହସ।
ସନ୍ତାନ ଛାଇକୁ ଛାଇପରି ଜଗେ
ମୃତ ହେଉ ବା ଜୀବିତେ,
ଭିନ୍ନ ଭିନ୍ନ ରୂପ କରିସେ ଧାରଣ
ଦୁଃଖ ଦୂରାଏ ତ୍ୱରିତେ।
ଦେବୀ କି ମାନବୀ ନ ଥାଏ ଭାବନା
ମାଆ ସବୁ କାଳେ ମାଆ,
ହେଉ ଅବା ସିଏ ସ୍ଵର୍ଗ ପରୀରାଣୀ
ଥାଏ ସଦା ହୋଇ ଛାୟା।
ଅସମ୍ଭବ ବିକଟାଳ ରୂପ ହେଉ
ମାତୃତ୍ୱ ପାଖେ ମାଆର,
ଶତସିଂହର ବଳ ସଦୃଶ
ହଟିଯାଏ ସନ୍ତାନ ପାଶର।