ଆତ୍ମା
ଆତ୍ମା
1 min
121
କାଗଜ ଫର୍ଦେ ମୁଁ କେବେ ସାଧା କେବେ
ନୀଳ ନାଲି ସ୍ୟାହି ବୋଳା ।
କବି ଯେବେ ତାର କଲମ ଚଳାଏ
ଆସେ ମୋ ପାଇଁ ଅମୃତ ବେଳା ।
ସ୍ୟାହି ସରିଗଲେ କଲମ ଅଟକେ
ଆତ୍ମା ପକ୍ଷୀ ଘଟ ଛାଡେ ।
ଜୀବନ ସନ୍ଧ୍ୟାରେ ଯବନିକା ଆସେ
ବହଳ ଅନ୍ଧାର ମାଡ଼େ ।
କାଗଜ ,ସ୍ୟାହି ,ଆତ୍ମା ସତେକି
ଏକ ସାଥେ ଏକ ବନ୍ଧା ।
ସମୟ ସୁଅରେ ଉଡ଼ିବା ବୁଡିବା
ନୁହଇ ସହଜ ଧନ୍ଧା ।