ଆତ୍ମା ମୁଁ ବଞ୍ଚିଛି
ଆତ୍ମା ମୁଁ ବଞ୍ଚିଛି
ହଁ ମୁଁ ବଞ୍ଚିଛି
ଯଦି ଭାବୁଛ ମୋର ହରିତ ବସ୍ତ୍ର ଲୁଣ୍ଠିତ ହେବାପରେ ମୁଁ ହସୁଛି
ତାହା ହେଲେ ମୁଁ ବଞ୍ଚିଛି ।
ଯଦି ଭାବୁଛ ମୋର ପୂର୍ଣ୍ଣ ଶରୀରଟା ନଗ୍ନ ହେବାପରେ ମୁଁ ସୁନ୍ଦର ଦିଶୁଛି
ତାହାହେଲେ ମୁଁ ବଞ୍ଚିଛି ।
ଯଦି ଭାବୁଛ ରିତି ନୀତି ସଂସ୍କାରର ହତ୍ୟାରେ ମୁଁ ନିରବ ଦର୍ଶକ ସାଜିଛି
ତାହାହେଲେ ମୁଁ ବଞ୍ଚିଛି ।
ଯଦି ଭାବୁଛ କ୍ଷୀରର ମୂଲ୍ୟ କଂସେଇର ଅର୍ଥରେ ଶୁଝିପାରୁଛି
ତାହା ହେଲେ ମୁଁ ବଞ୍ଚିଛି ।
ଯଦି ଭାବୁଛ ନିଷ୍ପାପ ଗର୍ଭର ହତ୍ୟାରେ ମାତୃହତ୍ୟାର ଦୋଷ ନଲାଗୁଛି
ତାହା ହେଲେ ମୁଁ ବଞ୍ଚିଛି ।
ଯଦି ଭାବୁଛ ତୃଷିତ ଜୀବର ଖଣ୍ଡିତ ଶରୀରରେ କ୍ଷୁଧା ମେଣ୍ଟୁଛି
ତାହା ହେଲେ ମୁଁ ବଞ୍ଚିଛି ।
ଯଦି ଭାବୁଛ ସ୍ବାର୍ଥର ଖଡ୍ଗରେ ମୁଁ ସମ୍ପର୍କର ହତ୍ୟା କରିଛି
ତାହା ହେଲେ ମୁଁ ବଞ୍ଚିଛି ।
ଯଦି ଭାବୁଛ ଜୀବିତ ଶରୀରରେ ମୁଁ କେବେ ମରିନପାରୁଛି
ତାହା ହେଲେ ହଁ ମୁଁ ଆତ୍ମା ମୁଁ ବଞ୍ଚିଛି ।
