ଆସରେ ଆସ ଭଉଣୀ ଭାଇ
ଆସରେ ଆସ ଭଉଣୀ ଭାଇ
ଆସରେ ଆସରେ ଭଉଣୀ ଭାଇ
ହାତରେ ହାତ ମିଶେଇ ଦେବା
ଜାତୀୟ ଧ୍ଵଜା ହାତରେ ଧରି
ଗରବେ ଜନ ଗଣ ଗାଇବା ।
ଭାରତମାତା ର ଜୟଗାନ କରି
ଗଗନ ପବନ କମ୍ପେଇ ଦେବା
ଭାରତ ଆମ ସ୍ୱାଧୀନ ବୋଲି
ସାରା ବିଶ୍ୱ କୁ ଜଣେଇ ଦେବା ।
ସକାଳୁ ଉଠି ସ୍ନାହାନ ସାରି
ପ୍ରଭାତ ଫେରି ମିଶି କରିବା
ରାମଧୁନକୁ ଗାନ କରି
ବାପୁଙ୍କୁ ଆମେ ସମ୍ମାନ ଦେବା ।
ଜାତୀୟ ଧ୍ଵଜା ଉଡେଇ ଦେଇ
ଭାଇ ଚାରାର ପ୍ରମାଣ ଦେବା
ସ୍ୱାଧୀନ ଦେଶର ସନ୍ତାନ ଆମେ
ସ୍ବାଧୀନତାର ମୂଲ୍ୟ ବୁଝିବା ।
ଅଗଷ୍ଟ ପନ୍ଦର ପୁଣି ଆସିଛି
ସ୍ବାଧୀନତାକୁ ମନେ ପକେଇ
ଭାରତ ମାଆର ଟେକ ରଖିବା
ଜୀବନେ କେବେ ଡରିବା ନାଇଁ ।