STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଆସନ୍ନ ଗ୍ରୀଷ୍ମର ନିନାଦ

ଆସନ୍ନ ଗ୍ରୀଷ୍ମର ନିନାଦ

1 min
855




ଆଜି ପ୍ରଜାପତି ଏ ଫୁଲରୁ

ସେ ଫୁଲକୁ ଉଡି ପାରିନି

ଅଦିନିଆ ମେଘ ଓ ବର୍ଷା

ଭରି ଦେଇଛି

ନିରାଶତା

ଫଗୁଣର ପଳାଶ ଝଡି କୁଢ଼ କୁଢ଼ ପଡିଛି

ରାସ୍ତାକଡ଼େ,

ଆସନ୍ନ ଗ୍ରୀଷ୍ମ ଭରିଦେଇଛି ଶୁଷ୍କତା

ଫୁଲ ଗୁଡିକର ପାଖୁଡ଼ାରେ

ସମସ୍ତେ ଭୟଭୀତ

ରୌଦ୍ର ଗ୍ରୀଷ୍ମର ଆଗମନ ପୂର୍ବରୁ ,

କଳା ଚଷମା ଭିତରୁ ତ

କଳା ଓଢଣୀ ଢଙ୍କା ମୁହଁ ତଳୁ

ବଲ ବଲ କରି ଦେଖି ଚାଲିଛି କେଇ ଯୋଡ଼ା ଶୁଖିଲା ବୟସ୍କ ଆଖି,

ରାସ୍ତାକଡ଼େ ଶୁଭିଲାଣି

ତରଭୁଜ

ବିକାଳୀର ତିରିଶି,ପଚାଶ ଅଶି ଡାକ,

ସକାଳୁ ଘରଦାଣ୍ଡେ ରାସ୍ତା ଉପରେ ଜମା ହୋଇଥିବା ଅଳ୍ପ ପାଣିରେ ଡୁବକି ମାରିଚାଲିଛନ୍ତି

ଧୀରେ ଧୀରେ

ଟେଲି ୱେଭସ ଦ୍ୱାରା ବିଲୁପ୍ତ ହୋଇ ଆସୁଥିବା କିଛି ଘର ଚଟିଆର ପ୍ରଜାତି,

ଶଙ୍ଖରାଵ ଦେଇ ଆସୁଛି ବୋଧେ

ଗ୍ରୀଷ୍ମତାତି,

ଝୁରୁଛି,

ଅଦିନିଆ ବର୍ଷାକୁ ଆମ୍ବ କଷି , ନିମ୍ବ ବଉଳ

ବୃକ୍ଷ ଉପରୁ ଚାହିଁ ଆକାଶକୁ

ଚାରିଆଡେ ତ୍ରସ୍ତ ଆଖି,

--ଆସନ୍ନ ଗ୍ରୀଷ୍ମର ନିନାଦରେ---!


©®କାଶ୍ୟପ,

ରାମ ପ୍ରସାଦ ବିଶୋଇ

ରାୟଗଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍