ଆସିଲା ରଜ
ଆସିଲା ରଜ


ବରଷକ ପରେ,
ପୁଣି ଆସିଲା ରଜ,
ଝିଅ, ବୋହୁ ହୁଅ ସଜବାଜ।
ଅଳତା ଲଗାଇ ପାଦ ଦିଶେ ନାଲି ନାଲି,
ଖିଲିପାନ ଖାଇ ଓଠ ବି ଦିଶଇ ନାଲି ନାଲି,
ନୂଆ ଭୁଆସୁଣୀ କରୁଛି ଲାଜ,
ଆସିଲା ରଜ।
କଟ କଟ ଡାକେ ଦେଖ ପଟା ଦୋଳି,
ଛୁଆ ସବୁ ଦାଣ୍ଡରେ ଖେଳନ୍ତି ଠିିଆ ପୁଚି,
କୁଆଁରୀ ଝିଅର ମନ ହୁୁଏ ହଜ ବଜ,
ଆସିଲା ରଜ ।
ଚୁଲି ମୁୁ°ଡେ ବସି ପୋଡ ପିଠା ମାଁ ସଜ କଲାଣି,
ପିଠା ବାସନା ରେ ଗାଁ ଦାଣ୍ଡ ମହକି ମହକି ଗଲାଣି,
ଛୁଆ ରୁ ବୁଢା ପିଠା ଖାଇବାକୁ ହେଲେଣି ସଜ,
ଆସିଲା ରଜ।
ନୂଆ ବୋହୁ ଦେଖ ତରକି ତରକି ଚାହୁଁଛି ବସି,
ପରବାସୀ ପ୍ରିୟ ସତେ କି ତା ପାଶେ ଆସୁଛି ?
ମନେ ମନେ ସେ କେତେ କରୁଛି ହେଜ ,
ଆସିଲା ରଜ।
ରଜ ମଉଜ ରେ ଦିିନ କେମିତି ଯାଏ ଯେ ବିତି,
ଦିନ ସରିଯାଏ ପୁଣି ଆସିଯାଏ ଯେ ରାତି,
ଶାଶୁ ଘରେ ଝିଅ ନଣନ୍ଦ ସାଥେ କରେ ମଉଜ,
ଆସିଲା ରଜ।
ଆମେ ଓଡିିଆ, ବାର ମାସେ ତେର ପରବ ପାଳି,
ସବୁ ଦୁଃଖ,କଷ୍ଟ ଆମେ ଯାଉ ଯେ ଭୁଲି,
ରଜ ସଜ ବାଜ ସତେ ବଡ଼ ମଉଜ,
ଆସିଲା ରଜ...ଆସିଲା ରଜ।