Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Others

2  

rasmi maye pati

Others

ଆସିଲା କି ଶରତ

ଆସିଲା କି ଶରତ

1 min
19



ଏ ମନ କାହିଁକି ଆଜି ଉଚ୍ଛନ୍ନ ହୋଇଲା

   ଚତୁର୍ଦ୍ଦିଗ ଦୁର୍ଗା ମା ବାସ୍ନା ଖେଳିଗଲା 

ଧୂପ ଦୀପ ସୌଗନ୍ଧ ରେ ଧରା ମହକିଲା

    ତନୁ ରେ ମନ ରେ କାଇଁ ଶିହରଣ ହେଲା ।

କାଶତଣ୍ଡୀ ଫୁଲ ଗୁଛ ସଜାଡି ହୋଇଲେ

  ନବ ବଧୁ ରୂପେ ଯେହ୍ନେ ସେ ଝଲସି ଗଲେ

ଝରା ଶେଫାଳୀ ମନରେ କି ଦିବ୍ୟ ଆନନ୍ଦ

  ସମର୍ପିତ ସେବା ସାରି ହେଲା ଭୂପତିତ ।

ପାଟ, ଛିଟ ଶାଢ଼ୀ ଚୁଡି ଖୋଜିଲା ଏ ମନ

   କରିବାକୁ ଇଚ୍ଛା ଭାରି ମା ଙ୍କ ଦର୍ଶନ 

କାଇଁ ଆଜି ମନ ଏତେ ପୁଲକିତ ହେଲା

  ସତେ କି ଶରତ ସନ୍ଧ୍ୟା ଦେ ଧରା କୁ ଛୁଇଁଲା ।



Rate this content
Log in