Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

3  

Pranati Mahapatra

Others

ଆସିଛିରେ ବନ୍ଧୁ ସୁନ୍ଦରଗଡ

ଆସିଛିରେ ବନ୍ଧୁ ସୁନ୍ଦରଗଡ

1 min
21



ଓଡ଼ିଶାର ଉତ୍ତରରେ ଅବସ୍ଥିତ

ଆମ ସୁନ୍ଦରଗଡ଼ ଜିଲ୍ଲା,

୧୯୪୮ ଜାନୁଆରୀ ପହିଲାରୁ

ନୂଆ ଜିଲ୍ଲା ମାନ୍ୟତା ପାଇଲା।(୧)


ଆୟତନ ୯,୭୧୨ବର୍ଗ କି ମି.

ପଶ୍ଚିମେ ଛତିଶଗଡ଼,

ଦକ୍ଷିଣରେ ଝାରସୁଗୁଡ଼ା ସମ୍ବଲପୁର

ଅଛି ପୁଣି ଦେବଗଡ଼।(୨)


ବ୍ରାହ୍ମଣୀ ଶଙ୍ଖ କୋଏଲ ଇବ ପରା

ମୁଖ୍ୟ ନଦୀ ଶାଖା ନଦୀ,

ବେଦବ୍ୟାସ ସର୍ବାଧିକ ଲୋକପ୍ରିୟ

ଅଟେ ପର୍ଯ୍ୟଟନ ସ୍ଥଳୀ।(୩)


ପିତା ମହଲ ଡ୍ୟାମ ଖଣ୍ଡାଧାର ଜଳପ୍ରପାତ

ଛତ୍ରୀପାହାଡ଼ ହନୁମାନ ବାଟିକା,

ମନ୍ଦିରା ଡ୍ୟାମ କାନ୍ନାବାହାଲ ଡ୍ୟାମ

ଅତି ସୁନ୍ଦର ମାଣିକମୋଡା।(୪)


ସୁନ୍ଦରଗଡ ର ଇସ୍ପାତ ନଗର

ରାଉରକେଲା ତା ନାମ,

୭୪.୯ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି

ପୂର୍ଣ୍ଣାବୟବ ହନୁମାନ।(୫)


୧୩ଏକର ଜମିରେ ହନୁମାନ ବାଟିକା

ପ୍ରବେଶେ ବାଟ ମଙ୍ଗଳା,

ମହାବିନାୟକ ମନ୍ଦିର ସମେତ

ମାନସ ପାରାୟଣ ସାରଳା।(୬)


ଝାଡ଼ଖଣ୍ଡର ଛୋଟନାଗପୁରରୁ ବାହାରିଛି

ଶଙ୍ଖ ଓ କୋଏଲ ନଦୀ

ରାଉରକେଲାର ପାନପୋଷ ଠାରେ

ମିଳିତ ସୃଷ୍ଟି ଯେ ବ୍ରାହ୍ମଣୀ ନଦୀ।(୭)


ସୁନ୍ଦରଗଡର ଜଳପ୍ରପାତ ଯେ

ଖଣ୍ଡାଧାର ଜଳପ୍ରପାତ

ଓଡ଼ିଶାର ସର୍ବ ବୃହତ ଅଟଇ

ଆମ ଏ ଜଳପ୍ରପାତ।(୮)


କଙ୍କାଳ ଦେବୀ ଯେ ସୁନ୍ଦରଗଡ ରେ

ପାହାଡିଆ ଅଞ୍ଚଳର

ଜନଶ୍ରୁତି ଅଛି ବଡ଼ଗଛ ପଥର 

ମାଟି ଖାଇ ପୁରାନ୍ତି ଉଦର।(୯)


ଅତିଷ୍ଠ ଜନତା ପାହାଡ଼ର ଶିଳା ଉପରେ

ରଖିଲେ ନେଇ ଦେବୀଙ୍କୁ,

ଠାକୁରାଣୀ ଶିଳା ମଝିରୁ ଖାଇଲେ

ଲୋକେ ଦେଖିଲେ ଜଳସ୍ରୋତକୁ।(୧୦)


ଖଣ୍ଡାଧାର ଭଳି ଦିଶିଲା ସେ ଜଳ

ସେଦିନୁ ହେଲା ଜଳପ୍ରପାତ

ସେ ଚିରସ୍ରୋତା ଜଳ ଉତ୍ସର ନାମ

କୋରାପାଣି ନାଳ ନାମେ ବିଖ୍ୟାତ।(୧୧)


ପ୍ରାକୃତିକ ପରିବେଶ ସବୁଜ ଜଙ୍ଗଲ

ଆଛାଦିତ ସୁନ୍ଦରଗଡ

ତିନି ଉପଖଣ୍ଡ ଅଠର ତହସିଲ

ଅଛି ଯେ ସତର ବ୍ଲକ।(୧୨)


ଇନ୍ଦିରା ଗାନ୍ଧୀ ଉଦ୍ୟାନ ପିତାମହଲବନ୍ଧ

ଆଉ ରାଣୀ ସତୀ ମନ୍ଦିର,

ଶୁଖା ମହାଦେବ ବେଦବ୍ୟାସ ଧାମ

ରହିଛି ଆମ ସୁନ୍ଦରଗଡର।(୧୩)


ଲୌହ ସାର ସିମେଣ୍ଟ ମାଙ୍ଗଳିକ ଶିଳ୍ପ

କାଚ ଚିନାମାଟି ସୂତାକଳ ମେସିନ

ସୁନ୍ଦରଗଡ ର ମୁଖ୍ୟ ଶିଳ୍ପ କାରଖାନା

ବିଜୁବାବୁ କୃତ ଇସ୍ପାତ କାରଖାନା।(୧୪)


ନୂଆଖାଇ ରଥଯାତ୍ରା ରାମନବମୀ

ରାମ ଚରିତ ମାନସ ସହ ରାମନାମ ଜପ

ଦୁର୍ଗା ପୂଜା ମହା ଆଡ଼ମ୍ବରେ ପୂଜା

ହୁଏ ପରା ରାତିରେ ଆମ ସୁନ୍ଦରଗଡ ଜିଲ୍ଲାର।(୧୫)



Rate this content
Log in