ଆସିବୁ ଆର ବରଷକୁ
ଆସିବୁ ଆର ବରଷକୁ
ପ୍ରତାପ ନାୟକ
୭୦୦୮୦୫୪୨୮୨
ଏକ ମସ୍ତକେ ଆନ
ଦିଅ ଯା ନେଇ ହାତ.....
ଶୁମ୍ଭ ନିଶୁମ୍ଭ ହତ ଯେଣୁ
ଉଭା ହେଲୁ ଗିରି ରତ୍ନଗିରି
ପ୍ରକମ୍ପିତ ମହିଷାର ଦାବାନଳେ
ମାନବ ଦେବତା
ଉଭାହେଲୁ ମାତା ଦେବୀଦୁର୍ଗା ହୋଇ....
ଭିଆଇଲୁ ହାତ ଦଶଗୋଟି
ନେଲୁ ସବୁ ଅସ୍ତ୍ରଶସ୍ତ୍ର ସମସ୍ତ ଦେବଠୁ....
ହାୟ.....
ମହିଷା ପୂଜେ କିନ୍ତୁ ଏବେ ତତେ
ଧରାଧାମେ ଶରତ ଆକାଶେ....
ତତେ ଓହ୍ଲାଇଆଣି ବିବସନା କରେ
କାଶତଣ୍ଡି ବଣେ...
ଧର୍ଯ୍ୟ ଦେଖେ ତୋର!
ଅଟ୍ଟହାସ୍ୟ କରେ ପୁଣି
ନାଇଦେଇ ରୂପା ସୁନା ମୋତି....
ଚେତେଇ ଦିଏ ମହିଷାର ରାଜ୍ ଥିଲା
ଅଛି ଏବେ ସରିନାହିଁ ତାହା
ମଦପିଏ ଶାଢୀଟାଣେ ଅଣ୍ଟିକାଟେ ତଣ୍ଟିଚିପେ ରାସ୍ତାଘାଟେ !
ମହିଷା ସେ ମାନବ ରୂପରେ.....
କହିବୁଲେ ମା ଅାସି ବଧିଲା ମହିଷା
ଜାଳିଦେଲା ମାୟାବି ରାବଣ....
ତା ସହିତ ପୋଡିଦେଲା ହିଂସା ଦ୍ୱେଶ ମାୟା ଅସତ୍ୟକୁ.....
ଅଚିରେ ସ୍ଥାପନାକଲା ସତ୍ୟ ଶାନ୍ତି ଦୟା ଖ୍ୟମା ....
ରଚିଗଲା ନ୍ୟାୟର ତ୍ରୀପୂର??
କିନ୍ତୁ ଯାତ୍ରା ଉତ୍ତାରୁ ରହିଗଲା ଯେଉଁ
ପାଉଁସର ସ୍ଥୁପ
ତା ଭିତରେ ରହିଗଲା ସେହି ବୀର୍ଯ୍ୟ
ଶୁମ୍ଭ ନିଶୁମ୍ଭ ମହିଷା ରାବଣ
କାରଣ
ସେହି ବାହାନାରେ
ଆସିବାକୁ ତତେହବ ଆରବରଷକୁ...
ବଧିଯିବୁ ବିଧିମତେ ସଚରାଚରକୁ.....
