STORYMIRROR

Yudhisthir Khamari

Others

4  

Yudhisthir Khamari

Others

ଆଶ୍ରିତା

ଆଶ୍ରିତା

1 min
313

ମୁଁ ତୁମ ସବୁ କଥାକୁ ଆଖିବୁଜି ମାନି ନେଇଛି ବୋଲି ହୁଏତ ଭାବିପାର ମୁଁ ଆଶ୍ରିତା

ମୁଁ ଲତାସାଜି ତୁମ ଉପରେ ଲଟାଉଛି,ଡଙ୍କାଉଛି

ଯଦି ବି ମୁଁ ଲଟାଉଛି ତୁମ ଉପରେ ବା

ଆଖ ପାଖ କେଉଁ ବୃକ୍ଷ ଡାଳରେ

ତେବେ,ତାହା ଖାଲି ମୋର ବିବଶତା

ମୋ ସ୍ୱାର୍ଥକୁ ଜାଳି ତୁମର ଆଜ୍ଞାକାରୀ ବୋଲି

କହିପାର ନିର୍ବୁଧିଆ ପଛୁଆ ବୋଲି

ତଥାପି ମୁଁ ନିରବି ଯାଏ

ସହିଯାଏ ସମସ୍ତ ଆକ୍ଷେପ

ନିଜ ଭିତରେ ଆତ୍ମବିଶ୍ବାସ ସଞ୍ଚରୁଥାଏ

ପ୍ରବୋଧନା ଦେଉଥାଏ

ଲତା ହେଲେ ବି ଔଷଧୀୟ ଲତା ହୋଇ ବାହାରିବ

ଜାଣିବ ଦୁନିଆଁ,ପରଖିବ ଔଷଧୀୟତା କୁ

ସେତେବେଳେ ଥିବ ତୁମରି ନିନ୍ଦା ବା ପ୍ରଶଂସା

ଆତ୍ମଜ୍ବାଳାରେ ନିଶ୍ଚିତ ଦଗ୍ଧିଭୁତ ହେଉଥିବ

ଯଦି ବି ତୁମ ଉପରେ ମାଡିଛି

ଛାତିରେ ହାତ ରଖି କୁହତ

ମୋର କିଛି ସ୍ବାର୍ଥ ନାହିଁ ବୋଲି

ପଚାରତ ନିଜ ମନକୁ

ମୁଁ ନ ଥିଲେ ଅସ୍ଥିର ହୁଅ

କାହିଁକି ମୋ ଉପସ୍ଥିତି କୁ ଝୁରି ମର?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍