Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Others

3  

Tankadhar Majhi

Others

ଆଶାରେ ତୁମେ ଜଣେ

ଆଶାରେ ତୁମେ ଜଣେ

1 min
17



ଝାଞ୍ଜି ପରବତ କୂଳରେ

ଝରୁଥିବା ଝରଣାର ଶବଦ ହୋଇ 

ତୁମ ହସରେ ମୁରୁକି ହସ ମିଶାଏ

ନିଜ ଦୁଃଖକୁ ପାଣି କରି ଦେଇ 

ତୁମ ଗାଁକୁ ଆସିବାକୁ ଚାହେଁ ।


ତୁମେ ଉଛୁଳି ପଡୁଥାଅ ଖୁସିରେ

ମୁଁ ଧୂଆଁ ହୋଇ ପବନରେ ଭାସୁଥାଏ 

କେହି କେହି କହନ୍ତି ଭସା ମେଘମାଳା

ମୟୁରୀ ସାଜି ନାଚିବାକୁ ଝରିପଡ଼େ 

ତୁମ ଦେହକୁ ପ୍ରେମରେ ଭିଜେଇ ଦିଏ । 


ମୁଁ ଛିଡ଼ା ହୋଇଥାଏ ଥୁଣ୍ଟାଗଛ ହୋଇ 

ରାତି-ସଞ୍ଜ-ସକାଳ-ଧୂପ ଦେଖେ 

ମାଟି ଗର୍ଭରୁ ଜଳ ଶୋଷିନିଏ ହେଲେ

ଆକାଶ ଦେଶରୁ ତୁମକୁ ଚାହିଁରହେ

ମୋ ଆଶାରେ ତୁମେ ହିଁ ଜଣେ 

ବୁଝିବା ପର୍ଯ୍ୟନ୍ତ ଅଭିନୟ କରୁଥାଏ । 



Rate this content
Log in