ଆଶା
ଆଶା
ମୁଣ୍ତ ଝାଳ ତୁଣ୍ତେ ମାରି ସେ ଆମକୁ
ପଢାଇଲେ କେତେ ପାଠ
ସଂସ୍କାର ଶିଖାଇ ହାତ ଧରି ସିଏ
ଦେଖାଇଲେ ଭଲ ବାଟ
ସ୍ନେହ ମମତାର ପଣତକୁ ତାଙ୍କ
ବିପଦେ ଘୋଡେଇ ଦେଇ
ସ୍ନେହ ଶରଧାରେ ବାପା ବୋଉ ମୋର
ନିଅନ୍ତି ମୋତେ କୋଳେଇ
ପାଠ ପଢି ଯେବେ ଚାକିରି କରିବି
ଅଛି କେତେ ସ୍ୱପ୍ନ ମୋର
ବାପା ମାଆଙ୍କର ସେବା ସଦା ମୁହିଁ
କରୁଥିବି ନିରନ୍ତର
ପ୍ରଥମ ଧରମା ମିଳିଲେ ମୋହରି
ଖୁସି କରିବାକୁ ତାଙ୍କୁ
ପୁରୀ ନେଇଯିବି ବୁଲେଇବା ପାଇଁ
ବାପା ଓ ମାଆ ଦୁହିଁଙ୍କୁ
ଦର୍ଶନ କରିବୁ ଜଗତନାଥଙ୍କୁ
ଦୁଃଖ ଦେବୁ ସବୁ କହି
ତୁମ ବିନା ପ୍ରଭୁ ଏ ଜୀବ ଜଗତେ
ସାହା ଆମ କେହି ନାହିଁ
ତୁମରି ଆଶିଷେ ବାପା ବୋଉ ମୋର
ସୁଖେଥାନ୍ତୁ ସବୁ ଦିନ
ଏତିକି ସୁଦୟା ହେଉ ମହାବାହୁ
ଲୋଡା ନାହିଁ ଧନ ଜନ