STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଆଶା

ଆଶା

1 min
185

ମୁଣ୍ତ ଝାଳ ତୁଣ୍ତେ ମାରି ସେ ଆମକୁ

   ପଢାଇଲେ କେତେ ପାଠ

ସଂସ୍କାର ଶିଖାଇ  ହାତ ଧରି ସିଏ 

    ଦେଖାଇଲେ ଭଲ ବାଟ


ସ୍ନେହ ମମତାର  ପଣତକୁ ତାଙ୍କ

    ବିପଦେ ଘୋଡେଇ ଦେଇ

ସ୍ନେହ ଶରଧାରେ ବାପା ବୋଉ ମୋର

    ନିଅନ୍ତି ମୋତେ କୋଳେଇ


ପାଠ ପଢି ଯେବେ ଚାକିରି କରିବି

    ଅଛି କେତେ ସ୍ୱପ୍ନ ମୋର

ବାପା ମାଆଙ୍କର ସେବା ସଦା ମୁହିଁ

     କରୁଥିବି ନିରନ୍ତର


ପ୍ରଥମ ଧରମା ମିଳିଲେ ମୋହରି 

    ଖୁସି କରିବାକୁ ତାଙ୍କୁ

ପୁରୀ ନେଇଯିବି ବୁଲେଇବା ପାଇଁ

    ବାପା ଓ ମାଆ ଦୁହିଁଙ୍କୁ


ଦର୍ଶନ କରିବୁ  ଜଗତନାଥଙ୍କୁ

     ଦୁଃଖ ଦେବୁ ସବୁ କହି

ତୁମ ବିନା ପ୍ରଭୁ  ଏ ଜୀବ ଜଗତେ

     ସାହା ଆମ କେହି ନାହିଁ


ତୁମରି ଆଶିଷେ ବାପା ବୋଉ ମୋର

    ସୁଖେଥାନ୍ତୁ ସବୁ ଦିନ

ଏତିକି ସୁଦୟା  ହେଉ ମହାବାହୁ

     ଲୋଡା ନାହିଁ ଧନ ଜନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍