STORYMIRROR

Biren Kumar Behera

Others

3  

Biren Kumar Behera

Others

ଆଶା ନ ହରାଅ କେବେ

ଆଶା ନ ହରାଅ କେବେ

1 min
308

ଜୀବନଟା ଯେବେ ହୁଏ ଲକ୍ଷ୍ୟହୀନ,

ମୂଲ୍ୟହୀନ ହୁଏ ତାହା ।

ଲକ୍ଷ୍ୟ କିଛି ରଖି ବଢିଲେ ଆଗକୁ,

ଆତ୍ମତୃପ୍ତି ମିଳେ ଯାହା ।।

କିଛି ବି ଲକ୍ଷ୍ୟକୁ କରିବାକୁ ପୂର୍ଣ୍ଣ,

ଲୋଡାହୁଏ ମନଯୋଗ ।

ଦୃଢ ସଂକଳ୍ପରେ ନିବେଶିଲେ ମନ,

ମିଳେ ସଫଳତା ଆଗ ।।

ସଫଳତା ପାଇଁ ଜାରିରହୁ ଚେଷ୍ଟା,

ଚାଖି ବିଫଳତା ସ୍ୱାଦ ।

ବିଫଳତା ନିଶ୍ଚେ ଆଣେ ସଫଳତା,

ଏହା ହିଁ ଜୀବନ ଯୁଦ୍ଧ ।।

ଜୀବନ ଯୁଦ୍ଧରେ ଆଗେଇ ଚାଲହେ,

ପଛଘୁଞ୍ଚା ଦିଅନାହିଁ ।

ପଛଘୁଞ୍ଚା ନୁହେଁ ବୀରର ଲକ୍ଷଣ,

ପଛକୁ ଫେରିବା କାହିଁ ?

ନିରନ୍ତର ଚେଷ୍ଟା ହୋଇବ ସଫଳ,

ମନେରଖିଥାଅ ସର୍ବେ ।

ତେଣୁ ଲକ୍ଷ୍ୟପଥେ ହୁଅ ଅଗ୍ରସର,

ଆଶା ନ ହରାଅ କେବେ ।।



Rate this content
Log in