Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mishra Manasi

Others

3  

Mishra Manasi

Others

ଆଶା ଏକ ମରୁଭୂମି🍀🍀🌲🌲🌲🌲🌲

ଆଶା ଏକ ମରୁଭୂମି🍀🍀🌲🌲🌲🌲🌲

1 min
178



ଆଶା ଦୀପ ଜାଳି ଜୀବନ ଅନ୍ଧାରେ

ଜାଗିଏ ଯାମିନୀରେ

ଗାଇବି ମୁଁ ଆଜି ଅବୁଝା ଅଭୁଲା

ଗୀତି ମୋ ଅନ୍ତରରେ ।1।


ଶୋଣିତ ନିର୍ଝର ସିକ୍ତତା କରଣୀ

କଣ୍ଟକିତ ଭରା ନିର୍ଯ୍ୟସ ସରଣୀ

  ମରୁପଥ ଅନୁସରେ

ଜାଗିଏ ଯାମିନୀରେ ।2।


ଶାରଦୀ ଗଗନ ବିମଳ ଚନ୍ଦ୍ରମା

ସୁଶୁଭ୍ର ଶୀତଳ ଜୋଛନାରେ

ନାଚି ଉଠେ ହୃଦ ଵିମ୍ବ ମୋର

ନିର୍ଜ୍ଜନ ସେ ବାଲୁକା କାନ୍ତାରେ ।3।


ଅଦ୍ରିପ୍ରାୟ ଦିଶେ ଶକ୍ତ ପାଷାଣ

ସହି ରୌଦ୍ର ଶୀତ ବରଷା ତୋଫାନ

ସ୍ନିଗ୍ଧ ସୁଷମାରେ

 ମରୁପଥ ଅନୁସରେ ।4।


ଦୁର୍ଗମ ବନ୍ଧୁର ହେଉ ଅମା ଘୋର

ପିପାସୁ ଜୀବନରେ

ଶେଫାଳି ଦର୍ଶନେ ଜୀବନ ଦର୍ଶନ

ଇପ୍ସିତ ଅଭିସାରେ ।5।


ଭରିଛି ଯେସନେ ଚାତକର ଆଶା

ଝଙ୍କୃତ ପ୍ରାଣେ ସେହି ମୋ ଭରସା

ମରୁପଥ ଅନୁସରେ

ଅଭିମାନ ଅଭିସ୍ୱରେ

ଇପ୍ସିତ କାମନାରେ ।।6।



Rate this content
Log in