ଆଶା ବୈତରଣୀ
ଆଶା ବୈତରଣୀ
କାୟ ମନ ବାକ୍ୟ, ଲୟ ଆନୁଗତ୍ୟ
ଆନଗତି ଆନେ ନାହିଁ,
ପରଂବ୍ରହ୍ମ ଧ୍ୟାୟି ବ୍ରହ୍ମଜ୍ଞାନ ଚାହିଁ
ତତ୍ତ୍ଵ ଜ୍ଞାନ ମୋର କାହିଁ ?
ହସ୍ତ ପାଦ ପଦ୍ମ, କର୍ଣ୍ଣ ନାସା ଜିହ୍ୱା
ସବୁଥାଇ, ହେଲି ପଙ୍ଗୁ,
ଦିବ୍ୟଚେତନାର ପବିତ୍ର ସ୍ପର୍ଶଟି
ଲଭୁ ପ୍ରଭୁ ତୁମ ଅଙ୍ଗୁ।
ଲକ୍ଷେ ଯୋନି ଭେଇ ଜନ୍ମ ମୃତ୍ୟୁ ଥୋଇ
କଷଣ ଅଶାନ୍ତି ସୃଷ୍ଟି,
ପରମ ପୁରୁଷ ଶାନ୍ତି ଶ୍ରଦ୍ଧା ଆଶ
ଦିଅ ଦେଖି ଦିବ୍ୟ ଦୃଷ୍ଟି।
ସତ୍ତା ବିଦ୍ୟମାନ ନା ଅନୁସନ୍ଧାନ
ଅବା ସେ ଗଲା ଉଭେଇ,
ଇତଃସ୍ତତଃ ହୋଇ ବିକ୍ଷିପ୍ତ ବିରାଜେ
ମୋକ୍ଷକୁ ନେବି ଗୋଟେଇ।
ବେନି ଯୋଡ଼ି କର, ଚିନ୍ତି ଶ୍ରୀପୟର
ମାଗୁଛି ଏତିକି ହରି,
ଭେଳି କି ସରିଲେ କୋଳେଇ ନେବ ହେ
ଶ୍ରୀଅଙ୍ଗରେ ହେ ମୁରାରୀ।
ପଶୁତ୍ଵ ହରିବ ତରିବ ଗରିବ
ଗାରିମା କେତନ ନେଇ,
ସୁଗୁଣ ବଖାଣି ଦୂର୍ଗୁଣ କୁ ଛାଣି
ଆଶା ବୈଜୟନ୍ତୀ ଚାହିଁ ବିଜୟ।