STORYMIRROR

Arundhati Jena

Others

3  

Arundhati Jena

Others

ଆସଗୋ ଶ୍ରାବଣୀ

ଆସଗୋ ଶ୍ରାବଣୀ

1 min
345

  

ହେ ଶ୍ରାବଣୀ ତୁମେ ଅଭିମାନ କରି

  କାହିଁକି ଯାଇଛ ଚାଲି

ତୁମେ ନ ଆସିଲେ ଶୁଖା ପଡିଯାଏ

   ଦୁନିଆଟା ଲାଗେ ଖାଲି।

କୃଷକ ମୁଣ୍ଡରେ ହାତ ଦେଇ ବସେ

     ମନ ତା'ର ଛଟପଟ

ଧାନ ଗଛ ସବୁ ଶୁଖି ଯେ ଗଲାଣି

     ପେଟପାଟଣା ତା' କଷ୍ଟ।

ଅଭିମାନ ହେଜି ଆସ ପ୍ରିୟା ଚାଲି

    ତୁମ ବିନା ସବୁ ଯାଏ ପରା ଜଳି

ତୁମେ ଆସିଗଲେ ପ୍ରୀତିର ବର୍ଷା

    ସବୁଜିମା ଯିବ ପୁରି।

ତୁମ ପରଶରେ ଅବନି ମଧ୍ୟରେ

       ଦେବ ଜୀବନ ସଞ୍ଚରି

କୃଷକର ମନ ଆନନ୍ଦିତ ହେବ

       କଷଣ ଯିବ ତା' ସରି।

ମୟୂର ତୁମକୁ ନିତି ଝୁରୁଥାଏ

    ଆର୍ତ୍ତ ଆକୁଳ ଚିତ୍ତରେ

ତୁମର ଇଙ୍ଗିତ ବୁଝିଗଲେ ପରା

    ନାଚିବ ସିଏ ଖୁସିରେ।

ରଙ୍ଗ ବେରଙ୍ଗର ପୁଛକୁ ମେଲାଇ

    ସ୍ୱାଗତ ତୁମକୁ କରିବ

ପ୍ରେମୀଯୁଗଳଙ୍କୁ ପ୍ରେମରେ ଭିଜାଇ

    ପ୍ରେମର ବର୍ଷା କରିବ।

ତୁମ ପରଶରେ କେତେ ଜୀବ ପ୍ରାଣ

      ଉତଫୁଲ୍ଲିତ ପରା ହେବ

ତୁମ ଆଗମନ ଜନକଲ୍ୟାଣରେ

      ଗୌରବାନ୍ୱିତ ହୋଇବ।

ମରୁଭୂମି ଆଉ ନ ଦିଶିବ ଧରା

      ତୁମରି ପରଶ ପାଇ

ସବୁଜ ରଙ୍ଗର ପାଟରେ ସେ ପରା

      ନବବଧୂ ଦିଶିବଇଁ।

ଏତେ ରାଗରୁଷା ମାନ ଅଭିମାନ

     ଭଲ ଯେ ନୁହେଁ ଶ୍ରାବଣୀ

ଏତେ ନିର୍ମମ ହୋଇକି ପାରିବ

      ଅନ୍ୟ ମନକୁ ଜଳାଇ।

ତୁମ ପାଇଁ ଚାଷୀ ଚାହିଁ ଯେ ବସିଛି

    ଚାତକ ଚଢେଇ ପରି

ଚାଲିଆସ ସଖି ବନ୍ଧନ ଏଡାଇ

    ସବୁ ଦୁଃଖ ଯାଉ ସରି।

   

     

       

      



Rate this content
Log in