STORYMIRROR

Pranati Mahapatra

Others

4  

Pranati Mahapatra

Others

ଆସ ଯିବା ଗୋ ମୟୂରଭଞ୍ଜ ଜିଲ୍ଲା

ଆସ ଯିବା ଗୋ ମୟୂରଭଞ୍ଜ ଜିଲ୍ଲା

1 min
52


ଓଡ଼ିଶାର ଉତ୍ତରରେ ଅବସ୍ଥିତ

ଆମ ମୟୂରଭଞ୍ଜ ଜିଲ୍ଲା

ଦୁଇ ଲୋକସଭା ଆସନ ତାହାର

ନଅଟି ଆସନ ବିଧାନସଭା ।(୧)


ଓଡ଼ିଶାର ସର୍ବବୃହତ ଏ ଜିଲ୍ଲା

ଆଗେ ଥିଲା ଗଡ଼ଜାତ ରାଜ୍ୟ,

ରାଜତନ୍ତ୍ର ଶାସନ ଥିଲା ୧୯୫୦ରେ

ମିଶିଲା ଭାରତ ସହ।(୨)



ଜୟପୁର ଭଞ୍ଜ ରାଜାଙ୍କ ସଙ୍କେତ

ଥିଲା ଯେ ପକ୍ଷୀ ମୟୂର

ମୟୂର ସାଥିରେ ଭଞ୍ଜ ମିଶିଯାଇ

ମୟୂରଭଞ୍ଜ ନାମ ତା'ର।(୩)



ମୟୂରଭଞ୍ଜ ର ପୂର୍ବ ରାଜବଂଶ 

ଉପାଧି ମୟୂରଧ୍ଵଜ,

ଗର୍ବଭଞ୍ଜନେ ପରବର୍ତ୍ତୀ ରାଜବଂଶ

ନାମ ହେଲା ମୟୂରଭଞ୍ଜ।(୪)



ଓଡ଼ିଶାରେ ଥିବା୬୨ ଅନୁସୂଚିତ ଜନଜାତି

୫୩ପ୍ରକାର ଜନଜାତି ଏଇଠି ବାସକରନ୍ତି

ପ୍ରଧାନ ସମୁଦାୟ ହେଲେ ସାନ୍ତାଳ ଲୋଧା

କୋହ୍ଲ ଭୂୟାଁ/ବାଥୁଡି ଭୂମିଜ ଗଣ୍ଡ ମୁଣ୍ଡା।(୫)



୪ଉପଖଣ୍ଡ ୯ ତହସିଲ ଛବିଶ ବ୍ଲକ

୩୧୬ ଗ୍ରାମପଞ୍ଚାୟତ୩୭୧୮ ଯେ ଗ୍ରାମ

ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ମୟୂରଭଞ୍ଜ ଜିଲ୍ଲା

୧୭ ଟି ପର୍ଯ୍ୟଟନ ସ୍ଥଳୀ ଦେଖିବାକୁ ମିଳିଥିଲା।(୬)



ଶିମିଳିପାଳ ଜାତୀୟ ଉଦ୍ୟାନ ପାଦଦେଶ

ଅବସ୍ଥିତ ସୀତାକୁଣ୍ଡ କାଳୀପାହାଡ଼ ପର୍ବତ

ପର୍ବତର ୨୫୦୦ ଫୁଟ ଉଚ୍ଚତାରୁ ଆସେ ଜଳ

ଆରାଧ୍ୟ ଦେବତା ମାରାଂବୁରା ଏ ପର୍ବତେ ତାଙ୍କ ବାସ।(୭)



କୃଷ୍ଣ ମୁଖା ହନୁମାନ ମାଛକାନ୍ଦଣା ଜଳପ୍ରପାତ

୩ଟି ଜଳପ୍ରପାତ ସମଷ୍ଟି ଅଟେ ଏ ଜଳପ୍ରପାତ

ପ୍ରଥମ ନିକଟେ ଅଛି ଏକ ପଥର ଗୁମ୍ଫା

ଅପରାହ୍ନେ ଇନ୍ଦ୍ର ଧନୁ ଦ୍ଵିତୀୟ ରେ ସୃଷ୍ଟି

ତୃତୀୟଟି ଦୃଶ୍ୟ ମାନ ହୁଏ ଉପରୁ ତ। (୮)



ବରେହିପାଣି ଯୋରନ୍ଦା ଦେବକୁଣ୍ଡ ସୀତାକୁଣ୍ଡ

କଳାଡ୍ୟାମ କଦଳୀଦରହା ସୁଲେଇପିଟ

ବଙ୍କବାଲ ଡ୍ୟାମ ଦର୍ଶକ ହୁଅନ୍ତି ଯେ ଆକୃଷ୍ଟ

ବର୍ଷସାରା ଭିଡ଼ ଧାଇଁ ଆସିଥାନ୍ତି ମୟୂରଭଞ୍ଜ।(୯)



ଲଙ୍କା ଦହନରୁ ଫେରିଥିବା ହନୁମାନ

ଏଠି କୃଷ୍ଣ ମୁଖା ହନୁମାନ,

ପ୍ରାକୃତିକ ପଥର ଗୁମ୍ଫା ମଧ୍ୟେ

ଏବେବି ପୂଜ୍ୟ ଦୃଶ୍ୟ ମାନ।(୧୦)



ନୀରିହ ସରଳ ସଚ୍ଚା ମଣିଷ

ପଣ ତାଙ୍କ ଆପଣାର,

ଥରେ ଆସିଗଲେ ଛାଡି ଯିବାକୁ

ମନ ହୁଏନି କାହାର।(୧୧)


କବି ବନ୍ଧୁ ସାଥେ ଯାଇଥିଲି ଦିନେ

ମୟୂରଭଞ୍ଜ ର ଶାଳବଣି

ମହାଶିବରାତ୍ରି ଥିଲା ତ ସେଦିନ

ଧୁମସା ତାଳେ ନାଚିଲି।(୧୨)




ହଳଦୀ ପାଣିରେ ପାଦଧୋଇ ସେ ଯେ

କରିଲେ ଭବ୍ୟ ସ୍ଵାଗତ,

ପିନ୍ଧିବାକୁ ନବ ବସ୍ତ୍ର ବଢାଇଲେ

ଥିଲା ଅପୂର୍ବ ଖୁସି ତ।(୧୩)




ମାଦଲ ଧୁମସା ତାଳରେ ତାଳରେ

ବନଭୂମି ପ୍ରକମ୍ପିତ,

ସାହିତ୍ୟ ଆସର ସାଥେ ଡାଳବାନ୍ଧି

ନାଚି ଗାଇ ହେଲୁ ଆନନ୍ଦିତ।(୧୪)




ମୟୂରଭଞ୍ଜ ର ବାଣୀପୀଠେ ସାହିତ୍ୟିକ

ମାନଙ୍କର ଭିଡ଼ ହୁଏ,

ବିବେକାନନ୍ଦ ଶିକ୍ଷାନୁଷ୍ଠାନ ବାବୁଲି 

ଭାଇଙ୍କ ସାକ୍ଷାତ ହୁଏ। (୧୫)


ଚଇତରେ ପରା ଅଟେ ଛଉ ନୃତ୍ୟ

 ଓଡିଶା ରାଜ୍ୟେ ପ୍ରସିଦ୍ଧ,

ମୟୂରଭଞ୍ଜ ଲୋକନୃତ୍ୟ ସତେ

ଅପୂର୍ବ ବେଶ ଦେଖ ତ।(୧୬)



Rate this content
Log in