ଆସ ଆମେ ଆଜି ବୁଲିଯିବା ରାୟଗଡ଼ା ଜି
ଆସ ଆମେ ଆଜି ବୁଲିଯିବା ରାୟଗଡ଼ା ଜି


କୋରାପୁଟ ଠାରୁ ଅଲଗା ହୋଇ
ରାୟଗଡ଼ା ଜିଲ୍ଲା ହେଲା,
୧୯୯୨ଅକ୍ଟୋବର ଦୁଇ ରେ
ସ୍ଵତନ୍ତ୍ର ଜିଲ୍ଲା ହୋଇଲା।
ଭାରି ମନଲୋଭା ନାଗାବଳୀ ନଦୀ
ଦୃଶ୍ୟ ସବୁଜ ବନର,
ଜେ.କେ.କାଗଜକଳ ଥେରୁବାଲି ଫେରୋକ୍ରମ
ସହରକୁ କରେ ଚଳଚଞ୍ଚଳ।
ଇତିହାସ କହେ ସମୁଦ୍ରଗୁପ୍ତ
ଅକ୍ତିଆର ପାଇଁ କରିଥିଲେ ଯୁଦ୍ଧ,
ରାୟଗଡ଼ା ଠାରୁ କିଛି ଦୂର ଗ୍ରାମ
ଚମ୍ପିକୋଟା ତାର ପ୍ରମାଣ ଦେବ।
ଭୂଗୋଳ ଜଣାଏ ଓଡ଼ିଶାର ଦକ୍ଷିଣରେ
ଅବସ୍ଥିତ ଏହି ଜିଲ୍ଲା,
ପୂର୍ବେ ଗଜପତି ପଶ୍ଚିମେ କଳାହାଣ୍ଡି
ଉତ୍ତରେ କନ୍ଧମାଳ ଦକ୍ଷିଣେ ଆନ୍ଧ୍ରପ୍ରଦେଶ
ଆଉ କୋରାପୁଟ ଜିଲ୍ଲା।
ବଂଶଧାରା ଆଉ ନାଗାବଳୀ ନଦୀ
ଦୁଇଟି ପ୍ରମୁଖ ନଦୀ,
ବକ୍ସାଇଟ ଭରପୁର ଉତ୍କଳେ ଆଲୁମିନା
ଅବସ୍ଥାପିତ କମ୍ପାନୀ ଆଠଟି।
ମଝିଘରିଆଣୀ, ହାତୀପଥର,ସାଇକପଡା
ବିଷମ କଟକ, ମୀନଝୋଲା,ଥେରୁବାଲି ଚଟିକଣା
ଦେବଗିରି ଝୁଲନ୍ତା ପୋଲ ଦୁର୍ଗୀ ଜଗନ୍ନାଥ ମନ୍ଦିର
ରାଣୀଗୁଡାର ବିଖ୍ୟାତ ଅଟଇ ମା ମଙ୍ଗଳା ମନ୍ଦିର।
ସତ୍ୟସାଇ ରାଧାକୃଷ୍ଣ ଶିବ ଗଣେଶ ମନ୍ଦିର
ହନୁମାନ ଗାୟତ୍ରୀ ନୀଳକଣ୍ଠେଶ୍ଵର ଶିବମନ୍ଦିର
ମା ମାର୍କମା ମୀନଝୋଲା ଶିବ ଭୀମଶଙ୍କର ପାତାଳେଶ୍ଵର
ଚଟିକଣାର ଜଳପ୍ରପାତ ଲକ୍ଷ୍ମୀ ନାରାୟଣ ମନ୍ଦିର।
ଦର୍ଶନୀୟ ସ୍ଥାନ କରେ ଆକୃଷ୍ଟ ପର୍ଯ୍ୟଟକଙ୍କର
ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅଛନ୍ତି ଆମ ରାୟଗଡା ର
>କୃଷ୍ଣଚନ୍ଦ୍ର ବକ୍ସିପାତ୍ର ପୂର୍ଣ୍ଣଚନ୍ଦ୍ର ବିଡିକା
ଶ୍ରୀରଙ୍ଗ ନାୟକ ସମେତ ଅଛନ୍ତି
ପଦ୍ମଭୂଷଣ ପଟ୍ଟନାୟକ ବୀର।
ବିଶିଷ୍ଟ ସମବାୟବିତ ସମାଜସେବୀ
ନଗରପାଳ ଓ ପୂର୍ବତନ ଜିଲ୍ଲା ସଭାପତି
ସଂସ୍ଥାପକ ସଦସ୍ୟ ରାୟଗଡ଼ା କଲେଜର
ଟ୍ରଷ୍ଟି ସିଏ ମଝିଘରିଆଣୀ ମନ୍ଦିରର।
ଆଥଲେଟିକ୍ସ ପୁର୍ଣ୍ଣଚନ୍ଦ୍ର ବିଡିକା
ଆମେରିକା ମଙ୍ଗୋଲିଆର ସ୍ଵର୍ଣ୍ଣପଦକ ବିଜେତା
ମଣ୍ଡେଇ ସମ୍ମାନରେ ସମ୍ମାନୀତା ବିଡିକା
ନାଟ୍ୟକାର ଇତିହାସ ସଂଗ୍ରାହକ ଶ୍ରୀରଙ୍ଗ ନାୟକ।
ଓଡ଼ିଶାର ଜଣାଶୁଣା କମ୍ୟୁନିଟି ନେତା
ନକ୍ସଲ ଆନ୍ଦୋଳକ ଆଗୁସାର ନେତା
ମାଷ୍ଟର ଡିଗ୍ରୀ ଧାରୀ ତେଲୁଗୁ ଇଂରାଜୀ ଓଡ଼ିଆ
କବି ଭାବେ ବିଖ୍ୟାତ ଥିଲା କେତେ ଦକ୍ଷତା।
ରାୟଗଡ଼ା ର ନାଗଭୂଷଣ ଦକ୍ଷ ନେତା
ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟୁ ଭୀମପୁର
ଡାକିନ୍ୟେ ଭୀମଶଙ୍କର
ଗୁଣପୁର ଠାରୁ ୩୪କିମି ଦୂର
ଚତୁସ୍କୋଣ ଉପବୀତ ଏ ଲିଙ୍ଗର।
ରାୟଗଡ଼ା ର ଗୁଡାରି ନିକଟେ ମୀନଝୋଲା ଅବସ୍ଥିତ
ବିଷମ କଟକେ ମାର୍କମା କର୍କମା ଦୁଇ ଭଗ୍ନୀ ପୂଜିତ
ନବମ ଶତାବ୍ଦୀର ପାତାଳେଶ୍ଵର ପାଇକପଡାରୈ ସ୍ଥାପିତ
ଏକ ଲକ୍ଷ ରୁ ଏକ କମ୍ ଲିଙ୍ଗ ଏ ମନ୍ଦିରେ ପୂଜିତ।
ପ୍ରସିଦ୍ଧ ଆଉ ବିଖ୍ୟାତ ଶକ୍ତିପୀଠ ରାୟଗଡ଼ାର
ଭକ୍ତ ଆସିଥାନ୍ତି ଧାଇଁ ଆନ୍ଧ୍ରପ୍ରଦେଶ ଛତିଶଗଡ଼ର
ଭକ୍ତଙ୍କ ମନୋସ୍କାମନା ଅଚିରେ ପୂରଣ
ରାଜା ମହାରାଜା ପୂଜା କରିଥାନ୍ତି ଯୁଦ୍ଧ ବିଜୟ।