ଆର୍ତ୍ତତ୍ରାଣ ଭାବଗ୍ରାହୀ
ଆର୍ତ୍ତତ୍ରାଣ ଭାବଗ୍ରାହୀ
1 min
130
ହେ ଚକାନୟନ କାଳିଆ ବଦନ
ସର୍ବ ଦୁଃଖ ଶୋକ ହାରୀ
ତୁମ ଦୟା ବଳେ କେତେ ପାପୀ ତପୀ
ଯାଇଛନ୍ତି ଭବୁ ତରି I
ମୃଗୁଣୀ ଆରତ ତା ବିକଳ ଡାକ
କାନଡେରି ଶୁଣିଥିଲ
ନିମିଷକେ ତୁମେ କରୁଣା ବରଷି
ବିପଦୁ ଉଦ୍ଧାର କଲ I
ଜୀବନ ବିକଳେ ଗଜ ଡାକିଥିଲା
ଗଭୀର ଜଳରେ ରହି
ଚକ୍ର ପେଷି ନକ୍ର ନାଶିଥିଲ ତୁମେ
ଚକ୍ରପାଣି ଭାବଗ୍ରାହୀ I
ତୁମେପାଦେ ଲୟ ରଖି ପ୍ରହଲ୍ଲାଦ
ଚିନ୍ତିଲା ବିପଦେ ପଡି
ଖମ୍ବରୁ ପ୍ରକଟ କରିଲ ନିଜକୁ
ନରସିଂହ ରୂପଧରି I
କୋପେ ଇନ୍ଦ୍ରଦେବ ମୁଷୁଳ ଧାରାରେ
ବରଷିଲେ ଗୋପଧାମେ
କାଣି ଆଙ୍ଗୁଠିରେ ଗିରି ଗୋବର୍ଦ୍ଧନ
ଟେକି ଧରିଥିଲ ତୁମେ I
ତୁମ ଆଦିଅନ୍ତ ସର୍ବେ ଅଗୋଚର
ମୁଁ କିବା ପାରିବି କହି
ତୁମ ପାଦତଳେ ଶରଣ ମାଗୁଛି
ନିଜକୁ ସମର୍ପି ଦେଇ I
