ଆରେ ନାଉରି ଆ
ଆରେ ନାଉରି ଆ
ଆରେ ନାଉରି ଆ ଚଞ୍ଚଳ
ନଈ ସେପାରି ରେ ମୋ ପ୍ରିୟା ଘର ,
ଚାହିଁ ବସିଥିବ ବାଟକୁ ମୋର
ସମୟ ହେଲାଣି ଉଛୁର,
ବେଳ ଗଢି ଧରେ ,ସଞ୍ଜ ଅଞ୍ଚଳ
ଆରେ ନାଉରି ଆ ଚଞ୍ଚଳ ।
ଅତି ସୁହାଗିନୀ ଗୁମାନି ପ୍ରିୟା ,
ନାକ କାନ୍ଦୁରିଟେ ବୁଝେନି ଜମା
ରାଗ ଜର କଲେ ମୁଁହଟି ଲାଲ
ଲୋତକ ଝରାଏ ନୟନୁ ତାର ,
କଥା ଦେଇଥିଲି ,ଗଢିଲା ବେଳ ,
ଆରେ ନାଉରି ଆ ଚଞ୍ଚଳ ।
ଗଭାକୁ ସଜାଡ଼ି ସେ ବସିଥିବ ,
ପାଟଝିଣା ଶାଢ଼ୀ ସେ ପିନ୍ଧିଥିବ ।
ନୟନେ କଜଳ, ମଥା ସିନ୍ଦୂର ,
ସିଂଥି ରେ ଲଗାଇ ସେ ଯଗିଥିବ ।
ବେନି କର୍ଣ୍ଣେ ନାଇ ବେନି କୁଣ୍ଡଳ ,
ଆରେ ନାଉରି ଆ ଚଞ୍ଚଳ ।
ପାଦରେ ପାଉଁଜି ,ହସ୍ତେ କଙ୍କଣ
କଟି ଦେଶେ ନାଇ କଟି ବାନ୍ଧଣ ,
ଚହଟିଆ ପୁଷ୍ପ ଅତର ମାରି ,
ଚାହିଁ ରହିଥିବ ପଥ ଆବୋରି
ଆସିବି ମୁଁ କହି ଥିଲି ସଅଳ ,
ଆ ରେ ନାଉରି ଆ ଚଞ୍ଚଳ ।
ପଥ ଦୂର ନୁହେଁ ତା ବାପଘର
ବାପା ବୋଉଙ୍କର ଅତି ଆଦର ,
ଆଜକୁ ବରଷେ ହେଲାଣି ଆସି ,
ଯାଇନାହିଁ ଦଣ୍ଡେ ମୋତେ ବିଶେସି ,
କହିଥିଲା ମୋତେ ଯିବା ସଅଳ
ନ କରିବ ଡେରି ,ନ ଗଢ଼ାଇ ବେଳ ,
ଆରେ ନାଉରି ଆ ଚଞ୍ଚଳ ।
