STORYMIRROR

Satyabati Swain

Others

4  

Satyabati Swain

Others

ଆରେ କହ୍ନେଇ ଆ କଳା କାହ୍ନୁ

ଆରେ କହ୍ନେଇ ଆ କଳା କାହ୍ନୁ

1 min
459

କଳା କହ୍ନେଇରେ କାଳିଆ ଜହ୍ନ

ତୋତେ ଅନାଇଁଛି ଜଗତ ଜନ

ଆସିବୁ ରେ ବାବୁ

ନକରି ବିଳମ୍ବ ଅଝଟ ଧନ।


ଦେବକୀ କଷଣ ଏଠି ସହି ନୁହଁଇ

ତୋ ରାଧାମାନଙ୍କ କଥା କହି ନୁହଁଇ

ସୁଦାମା ତୋ ଏଠି

ସ୍ୱାର୍ଥ ପଙ୍କରେ ହେଉଛି ଘାଣ୍ଟି ।


ଯଶୋଦା କଥା କି କହିବି ଧନ

ପାଳିତ ଶୁଆ ତା ଉଡେ ଗଗନ

ମା ମମତା ଭୁଲି

ଶୁଆ ନିଜ ସୁଖେ ହୁଏ ମଗନ।


ବଳରାମ ଭାଇ ନାହିଁରେ କେହି

ଭାଇ ଆଜି ଭାଇ ରକତ ପିଅଇ

ସିନିହ ଖୋଜୁଛି

ତୋ ପ୍ରାଣର ରାଇ।


ବଇଁଶୀର ସୁରେ ଯମୁନା ପାଣି

ବହୁନିରେ ବାବୁ ଜମା ଉଜାଣି

ବଇଁଶୀ ସୁର

ତୋଳୁଛି କହ୍ନେଇ କରୁଣ ସୁର।


ନନ୍ଦ ରାଜା ଗାଈ ଗୋଠ ତ ନାହିଁ

ସୁରାଟ ଯାଏ ଗୋତି ଶ୍ରମିକ ହୋଇ

ନିଜ ଘର ତିଅଣ

ଅସ୍ଵାଦ ଲାଗଇ, ସ୍ଵାଦ ପର ବ୍ୟଞ୍ଜନ।।


ବିଦୁର ଭକତି ଆଉ ତ ନାହିଁ

କଂସ ମାମୁଁ ଏଠି ଦୁଷ୍କର୍ମ କରଇ

ଛୋଟ କଅଁଳ କଢି

ଘାସ ପରି ବୁଟ୍ ତଳେ ଦଳା ଯାଅଇ।


ରାଇ ତୋ ନୁହନ୍ତି ପ୍ରେମରେ ଵାଇ

ସେମାନେ ତ ଆଜି ସୁନା ଚଢେଇ

ମନ ଆକାଶେ ତାଙ୍କ

ଭାବ କମ ବେଶୀ ଦେହ ଅଧିକ।


ଗୁରୁ ସନ୍ଦିପନି ତୋ ଗୁମୁରି କାନ୍ଦେ

ଛାତ୍ର ଏକଲବ୍ୟ ପକାଏ ଫାନ୍ଦେ

ଖଚ ମିଛକୁ ଯୋଡି

ପୋଲିସ ନିଅଇ ଥାନାକୁ ଘୋଷାଡି।


ଆରେ କହ୍ନେଇ ଆ କଳା କାହୁଁ

ସେହ୍ନ ପ୍ରେମ ନେଇ ତୋ ବେଣୁ

ସେଇ ପ୍ରେମ ସୁଏ

ଅପ୍ରେମ ଯେତେ ଭସାଇ ନେଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍