STORYMIRROR

Bhagabat Sahoo

Others

4  

Bhagabat Sahoo

Others

ଆରେ କା କା କାକ ପକ୍ଷୀ

ଆରେ କା କା କାକ ପକ୍ଷୀ

1 min
11


ଆରେ କା କା କାକ ପକ୍ଷୀ

ଆଜି କିଆଁ ଏତେ ଖୁସି

କା କା ହୋଇ ପିଢାରେ ରାବୁଛୁ

ସକାଳ ପହରୁ ବସି !!

ଘରକୁ କିଏସେ କୁଣିଆ ଆସିବ

ଆସିବ କିଏ ମୋ ସାଥୀ

କି ଶୁଭ ବାରତା କେଉଁଠୁ ଆସିବ

କିଏ ପୁଣି ଦେବ ଚିଠି !!

ମୋ ଶାଶୁ ଶଶୁର ଅବା ମୋର ଶାଳୀ

ବନ୍ଧୁ ସଙ୍ଗେ ବନ୍ଧୁ ପତ୍ନୀ

ପୂହ୍ନେଇ ଖାଇବା ପାଇଁ ଆସିଛନ୍ତି

ମୋତେ ସେହି ମାନେ ଡାକି!!

ସମୁଦୀ ଆସୁଛି ରଜ ଭାର ନେଇ

ସାଥେ ଧରି ମିଠା ପେଟି

ସମୁଦୁଣୀ ରଜ ମଣ୍ଡା ପଠେଇଛି

ରଜରେ ଖାଇବି ବସି !!

ମୋ ଦୁଃଖ କଷଣ ଦୁରେଇ ଦେବାକୁ

ଆସୁଛନ୍ତି ମାଆ ଲକ୍ଷ୍ମୀ

ଟଙ୍କା ବିଡା ହାତେ ଧରେଇ ଦେବେ ମୋ

ଅଭାବ ଯିବ ମୋ ହଟି !!

କହ ଆରେ କାଉ କି ଶୁଭ ବାରତା

ଶୁଣିବି ରହିଛି ଟାକି 

ଦେଉଛି ଚାଉଳ ଖାଇବାକୁ ତୋତେ

କହି ଦେଏ ହେବି ଶାନ୍ତି !!


Rate this content
Log in