STORYMIRROR

srikant behera

Others

3  

srikant behera

Others

ଆପଣଙ୍କ ପଥେ

ଆପଣଙ୍କ ପଥେ

1 min
243


ଆପଣଙ୍କ ପଥେ  ଖାଲ ଖମା ଯେତେ 

   ପଡିଥାଏ ବାଟେ ମୋର 

ଆପଣଙ୍କ ଆଜ୍ଞା  ବଢାଏ ମୋ ଜିଜ୍ଞା 

    ବାଟ ଦିଶେ ଆଲୋକର ||1


ଆପଣଙ୍କ ହାତେ  ଥାଏ ଯାଦୁ ଏତେ 

   କଷ୍ଟ ଲାଗୁଥାଏ କ୍ଷୀଣ 

ଲକ୍ଷ୍ୟ ପଥେ କେତେ ଝଡ ଆସେ ଯେତେ 

   ହୋଇ ଦୂର କରେ ପଣ ||2


କେତେ କେତେ ଶିଷ୍ୟ ହୋଇ ଥାନ୍ତି ପୋଷ୍ୟ

    ଆପଣଙ୍କ ମାର୍ଗ ପଥେ 

ଜୀଇଁ ଥିଲା ଯାଏ   ଏଇ ମୋର ଦେହେ

    ଥିବ ଆପଣଙ୍କ ସାଥେ


ସବୁରି ହୃଦୟେ  ରହିବ ବିଜୟେ

   ଆପଣଙ୍କ ଯଶ କୀର୍ତ୍ତି 

ଯୁଗ ଯୁଗ ଧରି  ନାମକୁ ସୁମରି 

    ଭକ୍ତି ରହୁ ମନେ ଭର୍ତ୍ତି 

    ଭକ୍ତି ରହୁ ମନେ ଭର୍ତ୍ତି 


ମୋର ଅଗ୍ର ପୂଜ୍ୟ ସ୍ୱର୍ଗତ ଶ୍ରୀ ଜୟରାମ ନାଥ ସବୁବେଳ ପାଇଁ ଅମର ହେଇ ରୁହନ୍ତୁ 



Rate this content
Log in