ଆପଣଙ୍କ ପଥେ
ଆପଣଙ୍କ ପଥେ
1 min
248
ଆପଣଙ୍କ ପଥେ ଖାଲ ଖମା ଯେତେ
ପଡିଥାଏ ବାଟେ ମୋର
ଆପଣଙ୍କ ଆଜ୍ଞା ବଢାଏ ମୋ ଜିଜ୍ଞା
ବାଟ ଦିଶେ ଆଲୋକର ||1
ଆପଣଙ୍କ ହାତେ ଥାଏ ଯାଦୁ ଏତେ
କଷ୍ଟ ଲାଗୁଥାଏ କ୍ଷୀଣ
ଲକ୍ଷ୍ୟ ପଥେ କେତେ ଝଡ ଆସେ ଯେତେ
ହୋଇ ଦୂର କରେ ପଣ ||2
କେତେ କେତେ ଶିଷ୍ୟ ହୋଇ ଥାନ୍ତି ପୋଷ୍ୟ
ଆପଣଙ୍କ ମାର୍ଗ ପଥେ
ଜୀଇଁ ଥିଲା ଯାଏ ଏଇ ମୋର ଦେହେ
ଥିବ ଆପଣଙ୍କ ସାଥେ
ସବୁରି ହୃଦୟେ ରହିବ ବିଜୟେ
ଆପଣଙ୍କ ଯଶ କୀର୍ତ୍ତି
ଯୁଗ ଯୁଗ ଧରି ନାମକୁ ସୁମରି
ଭକ୍ତି ରହୁ ମନେ ଭର୍ତ୍ତି
ଭକ୍ତି ରହୁ ମନେ ଭର୍ତ୍ତି
ମୋର ଅଗ୍ର ପୂଜ୍ୟ ସ୍ୱର୍ଗତ ଶ୍ରୀ ଜୟରାମ ନାଥ ସବୁବେଳ ପାଇଁ ଅମର ହେଇ ରୁହନ୍ତୁ
