STORYMIRROR

Baman Chandra Dixit

Others

3  

Baman Chandra Dixit

Others

ଆଞ୍ଜୁଳେ ଜହ୍ନ

ଆଞ୍ଜୁଳେ ଜହ୍ନ

1 min
685


ଆଞ୍ଜୁଳେ ଜହ୍ନ ମୁଁ ଧରିଛି

କିଛି ଯତନ କିଛି ଆବେଗ

ବହୁତ ପିପାଷା ଅନେକ ପ୍ରେମ

ଏକିଭୁତ ଏକାଗ୍ରତା ମାନଙ୍କୁ

ମନ ତଳୁ ଏବଂ ହୃଦୟ ର

ଆତ୍ମିକ ଅନୁକୋଣ ଗହନରୁ

ଅପଲକ ନୟନ ବାତାୟନେ

ଅତି ଶରଧା ଅଜାଡି ଦେଖୁଛି,

ଢଳ ଢଳ ଚହଲା ପାଣିରେ ଦୋହଲି

ସେ ନହୁଲୀ ନହୁଲୀ ଚାହୁଁଛି,

ନିଜଠୁଁ ଅଧିକ ଆପଣାର ଲାଗୁଛି

ଆଞ୍ଜୁଳେ ଜହ୍ନ ମୁଁ ଧରିଛି।।

ଚହଲା ଚହଲା ପାଣି ସ୍ଥିର କରି

ଝରି ପଡ଼ୁ ଥିବା କୁନି କୁନି ବୁନ୍ଦ

ନିଗିଡି ଯାଉଥିବା ପ୍ରାଣକୁ ଆବୋରି

ଦୁଇ ପାପୁଲି ଆଠ ଆଙ୍ଗୁଳି ମଝିର

ଶୁନ୍ୟତାକୁ ଭରିବାର ସକଳ ଉଦ୍ୟମ

ଅସଫଳ ହେବା ପୂର୍ବର ସଫଳତାକୁ

ଦୀର୍ଘାୟୁ କରିବାକୁ ପ୍ରଚେଷ୍ଟା କରୁଛି

ଆଦ୍ୟରୁ ଅନ୍ତ ଯାଏ ମୁହୂର୍ତ୍ତ ମାନଙ୍କୁ

ଚିହ୍ନି ନଥିଲେ ଜାଣି ନଥିଲେ ବି

କିଛି ଆତ୍ମୀୟତା ମିଶେଇ

ପରିଚିତ ହେବାକୁ ଚେଷ୍ଟା କରୁଛି।

ଅନପେକ୍ଷିତ ମୁହୂର୍ତ୍ତ ଅପେକ୍ଷାରେ

ଆହୁରି ଆହୁରି ଅପେକ୍ଷା କରୁଛି;

ଆଞ୍ଜୁଳେ ଜହ୍ନ ମୁଁ ଧରିଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍