ଆଞ୍ଜୁଳାଏ ସ୍ବପ୍ନ
ଆଞ୍ଜୁଳାଏ ସ୍ବପ୍ନ
ମୁଁ ହଜି ଯାଉଥିଲି ମୋ
ନିଜର ସେ ରଙ୍ଗୀନ ଦୁନିଆଁ ଭିତରେ
ରଙ୍ଗୀନ ଦୁନିଆଁର ମୋହରେ
ଖୁବ୍ ମୋହିତ ହେଇଛି,
ନିଜ ଉପରୁ ବିଶ୍ୱାସ ତୁଟେଇନି
ବରଂ ନିଜେ ଆତ୍ମବିଶ୍ଵାସୀ
ହୋଇ ଯାଇଥିଲି l
ଆଉ ସ୍ବପ୍ନ ସବୁ ରଙ୍ଗମୟ
ହୋଇ ଯାଇଥିଲା
ମୁଁ ନିଜକୁ ପ୍ରସ୍ତୁତ କରୁ ଥିଲି
ମୋ ଇଚ୍ଛା, ଆବେଗ ମାନଙ୍କୁ
ମୋ ଭିତରେ ସଜାଡି ଦେଉଥିଲି,
ଆଗାମୀ ଦିନରେ ମୁଁ ନିଜକୁ ନେଇ
ମୋ ଭବିଷ୍ୟତକୁ ସୁନ୍ଦର
ଭାବରେ ସଜାଡି ରଖିବି
ଆଉ ଜୀବନ ସୂର୍ଯ୍ୟରୁ
ଇନ୍ଦ୍ରଧନୁର ସପ୍ତ ରଙ୍ଗକୁ
ମୋ ଆଞ୍ଜୁଳାରେ ଧରି ରଖିଥିବି।
ଇଚ୍ଛା ହଉଚି ଅବିରର ସବୁ ରଙ୍ଗକୁ
ମୋ ହାତରେ ସଜେଇ ତତେ
ଉପହାର ଦିଅନ୍ତି କି
ତୁ ମୋ ଭିତରେ ହଜି ଗଲା ବେଳେ
ତୋର ଅସ୍ତିତ୍ବକୁ ମୁଁ ମୁକ୍ତ
ହେବା ପାଇଁ , ପ୍ରସ୍ଫୁଟିତହେବା ପାଇଁ
ସୁଯୋଗ ନିଶ୍ଚୟ ଦେବି।
ଏଇଟା ସ୍ବପ୍ନ ନୁହେଁ ବାସ୍ତବତା
ବୋଲି ତୋତେ ଅନୁଭବ
କରି ବାକୁ ଦେବି।
