ଆଙ୍କୁ ଥିଲି ପରା ଚିତ୍ରଟିଏ
ଆଙ୍କୁ ଥିଲି ପରା ଚିତ୍ରଟିଏ
ଭାରି ସରାଗ ରେ ଧରିଲି କଲମ
ଆଙ୍କି ବାକୁ ଏକ ଚିତ୍ର ଟିଏ
ଡର ଲାଗେ କାଳେ ଛବିଟି ମୋହର
ଜୀବ ଦାନ ଯଦି ପାଇଯାଏ ।୧
ସମ୍ମୁଖରେ ମୋର ଠିଆ ହୋଇଗଲେ
ସ୍ତବ୍ଧ ହୋଇଯିବି ମୁହିଁ
ବର ମାଗେ ବୋଲି ଯାଚିବେ ସାଆନ୍ତେ
କଣ ମାଗିବି ମୁହିଁ। ୨
ମାୟାର ଜାଲରେ ବାନ୍ଧି ହୋଇଛି ମୁଁ
ମାଗିବାକୁ ଯୋଗ୍ୟା ନୁହେଁ ମୁହିଁ
ଅଭାବର ଗନ୍ତା ଘରେ ମୁଁ ସିଝୁଚି
ମାଗିବାକୁ ମୋର ମୁହଁ ନାହିଁ। ୩
ମାଗିବି ନାହିଁ ମୁଁ କୁବେରର ଧନ
ସୁଦାମାର ମନ ମାଗି ବିନି
p>
ଯଶ ଲୋଡା ନାହିଁ ଧ୍ରୁବ ପ୍ରହ୍ଲାଦର
ଏଡ଼େ ଭାଗ୍ୟ ମୋର ଲୋଡା ନାହିଁ ।୪
ଭକ୍ତି ରସା ମୃତେ କରିବ ପ୍ଲାବିତ
ଏତିକି କରୁଣା କରୁଥିବ
ତହିଁରୁ କେବେ ମୁଁ ହେବିନି ବିଚ୍ୟୁତ
ତୁମ ପାଦ ତଳେ ଲୟ ଥିବ ।୫
ଭାବନା ରାଇଜେ ବୁଡି ଯାଇଥିଲି
ଚିତ୍ର ଅଙ୍କା ମୋର ସରିଗଲା
ସୁନ୍ଦର ଛବିଟି କାଳିଆ ସାଆନ୍ତ
ହାତ ମୋ ପବିତ୍ର ହୋଇଗଲା। ୬
କୃତ୍ୟ କୃତ୍ୟ ହେଲି ଛବିଟିକୁ ଦେଖି
ଆକଣ୍ଠ ଭକ୍ତି ମୁଁ ପାନ କଲି
ଯାଇ ତ ପାରୁନି ପୁରୀ କି ବଦ୍ରିକା
ଏଇଠୁ ମୁଣ୍ଡିଆ ମାରିଦେଲି ।୭