STORYMIRROR

rasmi maye pati

Others

3  

rasmi maye pati

Others

ଆଙ୍କୁ ଥିଲି ପରା ଚିତ୍ରଟିଏ

ଆଙ୍କୁ ଥିଲି ପରା ଚିତ୍ରଟିଏ

1 min
39


ଭାରି ସରାଗ ରେ ଧରିଲି କଲମ 

  ଆଙ୍କି ବାକୁ ଏକ ଚିତ୍ର ଟିଏ

ଡର ଲାଗେ କାଳେ ଛବିଟି ମୋହର

  ଜୀବ ଦାନ ଯଦି ପାଇଯାଏ ।୧

ସମ୍ମୁଖରେ ମୋର ଠିଆ ହୋଇଗଲେ

   ସ୍ତବ୍ଧ ହୋଇଯିବି ମୁହିଁ

ବର ମାଗେ ବୋଲି ଯାଚିବେ ସାଆନ୍ତେ 

    କଣ ମାଗିବି ମୁହିଁ। ୨

ମାୟାର ଜାଲରେ ବାନ୍ଧି ହୋଇଛି ମୁଁ

  ମାଗିବାକୁ ଯୋଗ୍ୟା ନୁହେଁ ମୁହିଁ

ଅଭାବର ଗନ୍ତା ଘରେ ମୁଁ ସିଝୁଚି 

 ମାଗିବାକୁ ମୋର ମୁହଁ ନାହିଁ। ୩

ମାଗିବି ନାହିଁ ମୁଁ କୁବେରର ଧନ

   ସୁଦାମାର ମନ ମାଗି ବିନି

ଯଶ ଲୋଡା ନାହିଁ ଧ୍ରୁବ ପ୍ରହ୍ଲାଦର 

  ଏଡ଼େ ଭାଗ୍ୟ ମୋର ଲୋଡା ନାହିଁ ।୪

ଭକ୍ତି ରସା ମୃତେ କରିବ ପ୍ଲାବିତ

  ଏତିକି କରୁଣା କରୁଥିବ

ତହିଁରୁ କେବେ ମୁଁ ହେବିନି ବିଚ୍ୟୁତ 

  ତୁମ ପାଦ ତଳେ ଲୟ ଥିବ ।୫

ଭାବନା ରାଇଜେ ବୁଡି ଯାଇଥିଲି

  ଚିତ୍ର ଅଙ୍କା ମୋର ସରିଗଲା

ସୁନ୍ଦର ଛବିଟି କାଳିଆ ସାଆନ୍ତ 

   ହାତ ମୋ ପବିତ୍ର ହୋଇଗଲା। ୬

କୃତ୍ୟ କୃତ୍ୟ ହେଲି ଛବିଟିକୁ ଦେଖି

  ଆକଣ୍ଠ ଭକ୍ତି ମୁଁ ପାନ କଲି

ଯାଇ ତ ପାରୁନି ପୁରୀ କି ବଦ୍ରିକା 

 ଏଇଠୁ ମୁଣ୍ଡିଆ ମାରିଦେଲି ।୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍