Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଆମରି ନେତା

ଆମରି ନେତା

1 min
329


ଆମରି ନେତା        ଚିକ୍କଣ କଥା

      ପାଣିରେ ପଡେ ସର

ମାମୁଁ ପୁଅ କି        ପିଉସୀ ପୁଅ

     ସତେକି ପରା ନିଜର ।


ଟିକଟ ପାଇଁ       ତେଲ ମାଲିସ

     ଭୋଟ ପାଇଁ କୁକୁର

ପାଇଲେ ଭୋଟ     ଦେଖିବ ନାଟ

     ସଭିଏଁ ହୋନ୍ତି ଚୋର ।


ପାଟିଟା ତାଙ୍କ        ସାଗର ଭଳି

     ଦାନ୍ତ ଲୁହାଠୁଁ ଟାଣ

ପେଟଟା ଭାରି        ସୁରୁଜ ଭଳି

     ଉଠଇ ହୁତାଶନ ।


ଗୋଡ ଦୁଇଟା       ନଈ ପାଣିର

     ପ୍ରଖର ଜଳ ସ୍ରୋତ

ଅଟକା ପାଠ        ନୁହଇ ଚାଟ

     ଫିଟାଇ ଦିଏ ବାଟ।


ହାତ ଦୁଇଟା       ରାବଣ ହାତ

     ଲୁଚି ରହିଛି କେତେ

ଯା ମୁଣ୍ଡେ ସେହି     ହାତ ରଖଇ

     ଶିବଙ୍କ ବର ପ୍ରତେ ।


ଆଖିଟି ତାଙ୍କ      ଅଗ୍ନିଠୁଁ ତେଜ

    କଳାକୁ ଧଳା କରେ

ବିରୁଦ୍ଧେ ଗଲେ  ଚାହିଁ ସେ ଦେଲେ

    ଜୀବନ ମାଟି କରେ ।


ତାଙ୍କ ଭେଜାଟି      କମ୍ପ୍ୟୁଟରଟି

    ସବୁ ଫିଡିଙ୍ଗ ଥାଏ 

କେଉଁଠି କେଉଁ      ମନ୍ତର ଭାଉ

    ଲାଗିଲେ କାମ ହୁଏ ।


କଥାଟି ତାର       ପାଣିର ଗାର

    ମୁହୂର୍ତ୍ତେ ରହେ ନାହିଁ

ଲୁଟି ଖାଇବା       ତାଙ୍କର ଧର୍ମ

    ସମସ୍ତେ ଥାନ୍ତୁ ଚାହିଁ ।


ସମ୍ମାନ ତାର     ଉଚ୍ଚ କୋଟିର

    ଭିତର ଅଟେ ଫମ୍ପା

ଧୋବଲା ବେଶ    ଚିକ୍କଣ ଦେଖ

    ମିଛରେ ଅନୁକମ୍ପା ।


ଖାଆନ୍ତି ଲୁଟି      ଖାଦାନ ଖଣି

    ରାସ୍ତା ଘାଟ ଗଡିଆ

ଇନ୍ଦିରା ବାସ      ମଳ ନିବାସ

   ସବୁ ତା ପେଟେ ଥୁଆ ।


ଗୋଡ଼ି ପଥର     କ୍ଷଣିକେ ତାର

    ପେଟେ ହଜମ ହୁଏ

ଆଇନ ଯାଏ     ଆଇନ ବାଟେ

     ଫାଇଲ ସବୁ କୁହେ ।


ଧରି ପାରେନି       ତାଙ୍କୁ ଆଇନି

     ହାତଟି ତାଙ୍କ ଲମ୍ବା

ଟଙ୍କାରେ ବନ୍ଧା     ମୁହଁରେ ଛେଦା

     ବଡ ପୁରୋଧା ଅବା ।


Rate this content
Log in