ଆମରି ଦୁଷ୍ଟାମୀ
ଆମରି ଦୁଷ୍ଟାମୀ
ଆମ ପିଲା ବେଳ ଭାରି ଆପଣାର
ରହୁନାହିଁ କାହିଁ ସାଥିରେ ମୋର
ମୋ ଭାଇ ସାଙ୍ଗରେ କେତେଯେ ଦୁଷ୍ଟାମୀ
କରିଥିଲି ମନେ ପଡୁଛି ମୋର
ବାପା ଆଣିଥିବା କେତେ ଯେ ମିଠେଇ
କେତେ ଖେଳେନାକୁ ଭାଗ କରିଛୁ
ଛୋଟ ଛୋଟ କଥା ରେ କାନ ଧରି
ଉଠ ବସ ହୋଇଛୁ
ବଜାର ଯିବାକୁ କେତେ ରାଗି ରୁଷି
ବାପା ଙ୍କ ପାଖରେ ଅଳି କରିଛୁ
ବୋଉ ମାଡ଼ ଗାଳି, ସ୍ନେହର ଆକଟେ
ଆମେ ଦୁହେଁ ବଡ଼ ହୋଇଛୁ
ଭାରି ସୁଆଦିଆ ତା ହାତ ରୋଷେଇ
ତା ହାତରୁ ପ୍ରତି ଦିନ ଖାଉଛୁ
ବାହାରକୁ ଯେବେ ଆମେ ଦୁହେଁ ଯାଉ
ବୋଉ ର ସ୍ନେହ ମିଶା ଆକଟ ଥାଏ
ଆମରି ପଛରେ ଧାଇଁ ଧାଇ
ସକାଳ ରୁ ସଞ୍ଜ ହୋଇଥାଏ
ବରଷା ବେଳରେ ଭିଜି ଭିଜି ଯେବେ
ଆମେ ଦୁହେଁ ଓଦା ହେଉଥାଉ
ଦେହ ଖରାପ ହେଉଥିବା କଥା
ବୋଉ ପାଟିରୁ ଶୁଣୁ ଥାଉ
ଆମ ବାରିପଟ ଛୋଟ ବଗିଚାରେ
ଟିକି ପ୍ରଜାପତି ଧରୁ ଥାଉ
ମୋ ଭାଇ ମାଧବ ଭାରୀ ସେ ଚଗଲା
ମୋ ସାଥିରେ ଲାଗେ ଖାଲି
ମୋ ବହି, ଖାତାକୁ ଏଣେ ତେଣେ
ମନ ଇଚ୍ଛା ଫିଙ୍ଗୁ ଥାଏ
ପେନ, ପେନସିଲକୁ କମ୍ପାସ ରୁ କାଢି
ମନ ଇଚ୍ଛା ଭାଙ୍ଗୁ ଥାଏ
ବୋଉକୁ କହେ ମୁଁ ଦେଖ ବୋଉ
ମାଧବ ମୋର ସବୁ ଭାଙ୍ଗି ଦେଇଛି
ଆମ ଅଭି ଯୋଗରେ ବିରକ୍ତ ହୋଇ
ବୋଉ କେବେ କେବେ କାନ୍ଦିଛି
ଆମ ଭୁଲକୁ ନିଜେ କରିଛି କହି
ବାପା ଙ୍କ ଠାରୁ ଗାଳିବି ଶୁଣିଛି
ବାପା ଙ୍କ ଆଗରେ ଛିଡା ହୋଇ
ଆମ ଦୁହିଁଙ୍କ ପାଇଁ ଓକିଲାତି କରିଛି
ଆମେ ଦୁହେଁ ଭାବୁ ଏପରି ଦୁଷ୍ଟାମୀ
ଆଉ କେବେବି ନ କରିବୁ
ବାପା, ବୋଉଙ୍କ ମନକୁ କେବେବି
ଜାଣି ଜାଣି ନ କଷ୍ଟ ଦେବୁ
ହେଲେ କାହିଁକି କେଜାଣି ବର୍ଷା ହୋଇଗଲେ
ଛୋଟ ପ୍ରଜାପତି ଦେଖୀ ସବୁ କଥା ଭୁଲିଯାଉ
ଓଦା ହୋଇ ଆମେ ଏପଟ, ସେପଟ
ପ୍ରଜାପତି ପଛେ ଧୀରେ ଧୀରେ ଧାଇଁ ଥାଉଁ।