STORYMIRROR

Pranati Mahapatra

Others

3  

Pranati Mahapatra

Others

ଆମର ପ୍ରିୟ ସାଥୀ

ଆମର ପ୍ରିୟ ସାଥୀ

1 min
271



ବହିଟି ମୋର କେଡ଼େ ନିଜର

ତା ପରି କେହି ନାହିଁ,

ନୀରସ ମନେ ଦିଏ ସେ ରସ

ତା ମୂଲ ଅମୂଲ ଭାଇ।

ଏହି ବହି ମୋ ଦୁଃଖର ସାଥି

ଜନମ ଜନମ ପାଇଁ,

ଏ ବହି ଥିଲେ ସାରା ମୂଲକେ

କେଉଁଠି ହାରିବା ନାହିଁ।

ଏହି ବହି ମୋ ଦିଏ ବତାଇ

ପୂରୁବ ଇତିହାସ,

ସଂସ୍କୃତି, ପରମ୍ପରା ବଜାୟ

ରଖି କରିବା ପ୍ରୟାସ।

ଏ ବହିରୁ ପଢିଣ ପାଠ

କେତେ କଥା ଶିଖିଲି,

ବଞ୍ଚିବା ବଢ଼ିବାର କଳା

ତା ପାଖରୁ ଜାଣିଲି।

ଯୁଗ ଯୁଗର କୀର୍ତ୍ତିଗାଏ

ଏହି ମୋ ପ୍ରିୟ ସାଥି,

କେତେ ଆସିକି କେତେ ଗଲେଣି

ସିଏ ହୋଇଛି ସାକ୍ଷୀ।

ପୁରାତନରୁ ନୂତନ ଯାଏ

ହୋଇଛି ଲିପିବଦ୍ଧ,

ସିଏ ନ ଥିଲେ ଆମେ ରେ ସବୁ

ହୋଇ ଯାଆନ୍ତେ ଅନ୍ଧ।

ଘାସ ନଡାର ସମାହାର ରେ

କାଗଜ ହୋଇଥାଏ,

ସେହି କାଗଜେ କାଳି ଶବଦେ

ବହି ପାଲଟି ଯାଏ।

ରଙ୍ଗବେରଙ୍ଗ କାଳିରେ ଭରା

ମୋହର ପ୍ରିୟ ସାଥି,

ଦେଶବିଦେଶ ,ମହାପୁରୁଷ

ଗୁପ୍ତ ଲୁପ୍ତ ଗୀତି।

ସବୁକଥାର ସମାଧାନ ତା

ଭିତରେ ଲୁପ୍ତ ଥାଏ,

ତାକୁ ଯେ ଯେତେ ଆପଣା କରେ

ସେ ତାକୁ ଭଲପାଏ।

ତାଳପତ୍ର ତା ମୂଳପିଣ୍ଡି ଯେ

ପୁସ୍ତକ ଏବେ ନାମ,

ସୈନିକର ବଲମ ଠାରୁ

ଅଧିକ ତା'ର କାମ।

ବୈଜ୍ଞାନିକ,ଡାକ୍ତର ପୁଣି

କେତେ ଇଞ୍ଜିନିୟର,

ପୂର୍ବପୁରୁଷଙ୍କ ଜ୍ଞାନ କୌଶଳେ

ଏବେ ହୁଅନ୍ତି ବାହାର।

ଏ ବହି ଆମ ପୂରୁବ କଥ

ଗାଥାକୁ ଦିଏ ବତାଇ,

ବହିଠୁ ବେଶୀ ଆପଣାର ଏ

ଜଗତେ ନାହିଁ ଭାଇ।

ଆସରେ ଭାଇ ଭଉଣୀ ମୋର

ଦିନର କିଛି ବେଳ,

ସାଇତି ରଖି ପଢିବା ନିତି

ପାଇବା ତା'ଠାରୁ ବଳ।



ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍